ଭୁବନେଶ୍ବର : ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନେଇ ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏନଏଚଏଆଇ ପ୍ରକଳ୍ପ ଓ ଭବିଷ୍ୟତରେ ରାଜ୍ୟ ରାଜପଥର ଯେଉଁ ପ୍ରକଳ୍ପ ହେବ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମୀକ୍ଷା କରିଥିଲେ। ଆସନ୍ତା ୩ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାରେ ୧୫ ହଜାର କିଲୋମିଟର ରାସ୍ତା ହେବ । ସେହିପରି ଏପ୍ରିଲ ୧ ରୁ ନୂଆ ଆର୍ଥିକ ବର୍ଷରେ ସାଢେ ୬ ହଜାର କିଲୋମିଟର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହା ବ୍ୟବସ୍ଥିତ ଭାବରେ ହେବା ନେଇ ଆଲୋଚନା ହୋଇଛି । ଦୁଇ – ତିନି ଦିନ ପରେ ବିଧାନସଭାରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆସିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।
Comments are closed.