୬୫ ବର୍ଷ ବୟସରେ ପର୍ଦାପଣ କଲେ ବିଲ୍ ଗେଟସ୍; ୩୦ ମିଲିୟନ୍ ଡଲାର ଦେଇ ବହି କିଣିଥିବା ବିଲିୟନେୟାର୍ ହେଉଛନ୍ତି ବିଲ୍ ଗେଟ୍ସ
ନୂଆଦିଲ୍ଲୀ: ବିଲ୍ ଗେଟ୍ସଙ୍କ ଏକ ସୁପରିଚିତ ନାମ। ଅକ୍ଟୋବର ୨୮, ୧୯୫୫ରେ ୱାଶିଂଟନରେ ଜନ୍ମଗ୍ରହଣ କରିଥିବା ବିଲ୍ ଗେଟ୍ସ ୧୯୭୫ରେ ପଲ୍ ଆଲେନ୍ଙ୍କ ସହ ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ।
ଦେଖୁ ଦେଖୁ ଏହା ଦୁନିଆର ସବୁଠୁ ବଡ ସଫ୍ଟୱେର୍ କମ୍ପାନୀରେ ପରିଣତ ହୋଇଗଲା। ୧୯୮୭ ମସିହାରେ, ୩୨ ବର୍ଷ ପୂରଣ ହେବା ପୂର୍ବରୁ, ତାଙ୍କ ନାମ ଫୋର୍ବସ୍ ବିଲିୟନେୟାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ବହୁ ବର୍ଷ ଧରି ସେ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲେ।
ପ୍ରଚୁର ଅର୍ଥ ରୋଜଗାର ପରେ ବି ଅତି ସାଧାରଣ ତଥା ସରଳ ଜୀବନ ବିତାଉଥିବା ବିଲ୍ ଗେଟ୍ସ ଆୟର ଏକ ବଡ଼ ଅଂଶକୁ ସମାଜ କଲ୍ୟାଣ କାର୍ଯ୍ୟ ତଥା ସାମାଜିକ ସଂସ୍କାର ପାଇଁ ଖର୍ଚ୍ଚ କରନ୍ତି। ସେ ଦୁଇଟି ପୁସ୍ତକ ଲେଖିଛନ୍ତି, ‘ଦି ରୋଡ୍ ଆହେଡ୍’ ଏବଂ ‘ବିଜ୍ନେସ୍ @ ସ୍ପିଡ୍ ଅଫ୍ ଥଟ୍ସ’।
କୁହାଯାଏ ଗୋଟିଏ ପୁସ୍ତକ ପାଇଁ ବିଲ୍ ଗେଟ୍ସ ୩୦ ମିଲିୟନ୍ ଡଲାର୍ ଖର୍ଚ୍ଚ କରିଥିଲେ। ଏହି ପୁସ୍ତକ ଲିଓନାର୍ଡୋ ଡା ଭିନ୍ସିଙ୍କ ଦ୍ୱାରା ଲେଖା ହୋଇଥିଲା। ଏହି ପୁସ୍ତକର ନାମ ‘କୋଡେକ୍ସ ଲିସେଷ୍ଟର’। ବିଶ୍ୱାସ କରାଯାଏ ଯେ ଏହା ହେଉଛି ବିଶ୍ୱର ଏକମାତ୍ର ପୁସ୍ତକ ଯାହା ଏତେ ଦାମରେ ବିକ୍ରି ହୋଇଥିଲା। ଏହି ପୁସ୍ତକରେ ୭୨ ପୃଷ୍ଠା ଥିଲା ଏବଂ ଲିଓନାର୍ଡୋଙ୍କ ଦ୍ୱାରା ୧୫୦୬ ରୁ ୧୫୧୦ ମଧ୍ୟରେ ଲେଖାଯାଇଥିଲା।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଲ୍ ଗେଟ୍ସଙ୍କୁ ଥରେ ଗିରଫ ମଧ୍ୟ କରାଯାଇଥିଲା। ନ୍ୟୁ ମେକ୍ସିକୋରେ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା।
Comments are closed.