Latest Odisha News

କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ, ଯୁକ୍ତ ୨ ପରୀକ୍ଷା ବର୍ଜନ ପାଇଁ ୬୬୨ ବର୍ଗ ଶିକ୍ଷକଙ୍କ ଚେତାବନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ସେମାନଙ୍କ ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି । ବିଧାନସଭା ଆରମ୍ଭର ଠିକ୍ ଦିନକ ପୂର୍ବରୁ ବିଶାଳ ରାଲି କରି ପ୍ରତିବାଦ କରିଛି ୬୬୨ ବର୍ଗ ଯୁକ୍ତ ୨, ୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ।

୭ ଦିନ ହେଲା ସଂଘ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତି । ୪ ଦଫା ଦାବି ନେଇ ସଂଘ ଆନ୍ଦୋଳନ କରୁଛି । ୨୦୨୩ ଜାନୁଆରୀ ୨୧ରେ ରାଜ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ସଂଘ ବିରୋଧ କରିଛି । କହିଛି, କ୍ୟାବିନେଟ୍ ନିଷ୍ପତ୍ତି ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର ସୃଷ୍ଟି କରିଛି । ଗୋଟିଏ ବର୍ଗ ପ୍ରତି ସମ୍ପୂର୍ଣ୍ଣ ପକ୍ଷପାତିତା କରାଯାଇଥିବା ଅଭିଯୋଗ କରିଛନ୍ତି ।

ଶିକ୍ଷକ ମାନେ ୧୩ ତାରିଖରୁ ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାର ଏଯାଏ ଆଲୋଚନା ପାଇଁ ଡାକୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ୬୫ ପ୍ରତିଶତରୁ ଅଧିକ ଶିକ୍ଷାଦାନ ଭାର ସେମାନଙ୍କ କାନ୍ଧରେ ରହିଛି । ତଥାପି ସେମାନଙ୍କ ପ୍ରତି ଏଭଳି ପାତର ଅନ୍ତର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

ଆସନ୍ତା ମାର୍ଚ୍ଚ ୧ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ସରକାର ତା ପୂର୍ବରୁ ଦାବି ନ ମାନିଲେ ସେମାନେ ପରୀକ୍ଷା ସହ ଖାତାଦେଖା ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି । ଗତ ବିଧାନସଭା ଶୀତକାଳୀନ ଅଧିବେଶନ ସମୟରେ ମଧ୍ୟ ସଂଘ ଆନ୍ଦୋଳନ କରିଥିଲା । ଆଉ ଆନ୍ଦୋଳନ ପରେ ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଶିକ୍ଷକ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ।

Leave A Reply

Your email address will not be published.