Latest Odisha News

BREAKING NEWS

ସମସ୍ତଙ୍କୁ ଚକିତ କରି ୟୁକ୍ରେନରେ ପଂହଚିଲେ ଜୋ ବାଇଡେନ

କୀଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ କମିବାର ନାମ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ ପ୍ରଥମ ଥର ପାଇଁ ବାଇଡେନ ଏଠାରେ ପଂହଚିଛନ୍ତି । ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକ ୟୁକ୍ରେନକ ଅସ୍ତ୍ର ଶସ୍ତ୍ର ଓ ସୈନ୍ୟ ସହଯୋଗ କରି ଆସୁଛନ୍ତି । ରୁଷ ବର୍ଷ ପୂରଣ ଅବସରରେ ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ଯାଉଥିବା ବିଭିନ୍ନ ଗୋଇନ୍ଦା ବିଭାଗ ସୂଚେଇ ଥିଲେ ।

ରୁଷ ଯେପରି ୟୁକ୍ରେନକୁ ଦୁର୍ବଳ ନ ଭାବିବ ସେଥିପାଇଁ ବାଇଡେନ କୀଭ ଯାଇଥିବା ଅନୁମାନ କରାଯାଉଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲନେସ୍କିଙ୍କ ସହ ବାଇଡେନ କଣ ଆଲୋଚନା କଲେ ତାହା ସ୍ପଷ୍ଟ ହୋଇନି । ବାଇଡେନଙ୍କ ଗସ୍ତ ପରେ ଏହି ଯୁଦ୍ଧ ଶେଷ ହେବାର ରାସ୍ତା ବାହାରିବ ନାଁ ଭୟଙ୍କର ରୂପ ଧରିବ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.