Latest Odisha News

BREAKING NEWS

ଅନ୍‌ଲାଇନ୍‌ରେ ହଟହଟା ହେଲେ ଗ୍ରାହକ: ଇଲେକ୍‌ଟ୍ରୋନିକ୍ସ ଟୁଥ୍‌ବ୍ରଶ ବଦଳରେ ଆସିଲା ମସଲା ପ୍ୟାକେଟ

ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ଏବେ ସବୁକିିଛି ହାତପାଆନ୍ତାରେ ମିଳି ଯାଉଛି । କାରଣ ଆଜିକାଲି ହେଉଛି ଅନ୍‌ଲାଇନ୍ ଯୁଗ । କିନ୍ତୁ ଥରେ ଭାବନ୍ତୁ ଆପଣ ଗୋଟେ ଜିନିଷ ପାଇଁ ଅନ୍‌ଲାଇନ୍‌ରେ ଅର୍ଡ଼ର କରିଥିବେ । କିନ୍ତୁ ଆପଣଙ୍କ ପାଖରେ ପହଞ୍ଚିବ ଅଲଗା କିଛି ସାମଗ୍ରୀ । ଏଭଳି ଘଟଣା ଉଣା ଅଧିକେ ଆମ ଭିତରୁ ଅନେକ ସାମ୍ନା କରିଥିବେ । କିନ୍ତୁ ନିକଟରେ ଟୁଥ୍‌ବ୍ରଶ କିଣିବାକୁ ଅନଲାଇନ୍ ଅର୍ଡ଼ର ଦେଇ ଜଣେ ଗ୍ରାହକ ହଟହଟା ହୋଇଛନ୍ତି । ଘଟଣାଟି ଏମିତି ।

ଜଣେ ଗ୍ରାହକ ଆମାଜନରୁ ୧୨ ହଜାର ଟଙ୍କା ମୂଲ୍ୟର ଟୁଥ୍‌ବ୍ରଶ ଅର୍ଡର କରିଥିଲେ । ତାଙ୍କ ପାଖକୁ ପାର୍ସଲ ଆସିଲା । କିନ୍ତୁ ପାର୍ସଲ ଭିତରେ ତାଙ୍କ ମନ ମୁତାବକ ସାମଗ୍ରୀ ନ ଥିଲା । ଟୁଥ୍‌ବ୍ରଶ ବଦଳରେ ତାଙ୍କ ପାଖକୁ ଆସିଥିଲା ମସଲା ପ୍ୟାକେଟ ।
ଏହି ଘଟଣା ବାବଦରେ ଗ୍ରାହକ ଜଣକ ସୋସିଆଲ ମିଡିଆରେ ସୂଚନା ଦେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଜଣକ ଆଗଧାଡ଼ିର ଏକ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ୧୨,୦୦୦ ଟଙ୍କା ମୂଲ୍ୟର ଏକ ଇଲେକ୍ଟ୍ରୋନିକ ବ୍ରଶ ଅର୍ଡର କରିଥିଲେ । । ସପ୍ତାହକ ଭିତରେ ତାଙ୍କ ସାମଗ୍ରୀ ଆସି ପହଞ୍ôଚଲା । ସେ ପାର୍ଶଲ ଖୋଲି ଦେଖିବା ପରେ ପ୍ୟାକେଟ ଭିତରେ ବ୍ରଶ୍ ବଦଳରେ ଥିଲା ୪ଟି ମସଲା ପ୍ୟାକେଟ୍ । ଏନେଇ ଆମାଜନରେ ସେ ଅଭିଯୋଗ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଉତ୍ତର ମିଳିନାହିଁ ।

Leave A Reply

Your email address will not be published.