Latest Odisha News

BREAKING NEWS

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଭିକି, ଆୟୁଷ୍ମାନ ଏବଂ କୀର୍ତ୍ତିଙ୍କୁ ମିଳିଲା ଶ୍ରେଷ୍ଠ କଳାକାର ପୁରସ୍କାର

ନୂଆଦିଲ୍ଲୀ: ଦିଲ୍ଲୀରେ ଘୋଷଣା ହୋଇଛି ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଳମ୍ବ ଘଟିଥିବା ଜଣାପଡିଛି ।

ଏଥିରେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ଉରି ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିବା ବେଳେ, ଆୟୁଷ୍ମାନ ଖୁରାନା ମଧ୍ୟ ଚଳଚ୍ଚିତ୍ର ‘ଅନ୍ଧାଧୁନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପ୍ରାପ୍ତ କରିଛନ୍ତି । ସେହିପରି ତେଲୁଗୁ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।

-ଜାତୀୟ ପୁରସ୍କାର: ଶ୍ରେଷ୍ଠ ଚଳଚ୍ଚିତ୍ର
ଗୁଜୁରାତି ସିନେମା ହିଲାରୋ ।

-ଜାତୀୟ ପୁରସ୍କାର: ଶ୍ରେଷ୍ଠ ନିର୍ଦ୍ଦେଶକ
ଉରି ସିନେମା ପାଇଁ ଆଦିତ୍ୟ ଧରଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।

-ଜାତୀୟ ପୁରସ୍କାର: ସମ୍ପୂର୍ଣ୍ଣ ମନୋରଞ୍ଜନ
ବଲିଉଡ ସିନେମା ‘ବଧାଇ ହୋ’କୁ ମିଳିଛି ସମ୍ପୂର୍ଣ୍ଣ ମନୋରଞ୍ଜନ ଜାତୀୟ ପୁରସ୍କାର ।

-ଜାତୀୟ ପୁରସ୍କାର: ସାମାଜିକ ସମସ୍ୟାକୁ ପ୍ରତିପାଦନ କରିବା କ୍ଷେତ୍ରରେ
ଅକ୍ଷୟ କୁମାରଙ୍କ ପ୍ୟାଡ଼ ମ୍ୟାନ ମିଳିଛି ଜାତୀୟ ପୁରସ୍କାର ।

-ଜାତୀୟ ପୁରସ୍କାର: ଶ୍ରେଷ୍ଠ ସହ ଅଭିନେତା ଓ ଅଭିନେତ୍ରୀ
ବଲିଉଡ ଚଳଚ୍ଚିତ୍ର ବଧାଇ ହୋ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ସୁରେଖା ସିକରି ଓ ମରାଠୀ ଚଳଚ୍ଚିତ୍ର ଚୁମ୍ବକ ପାଇଁ ଶ୍ରେଷ୍ଠ ସହ ଅଭିନେତା ସ୍ଵନନ୍ଦ କିରକିରେଙ୍କୁ ମିଳିଛି ଜାତୀୟ ପୁରସ୍କାର ।

-ଜାତୀୟ ପୁରସ୍କାର: ଶ୍ରେଷ୍ଠ କରିଓଗ୍ରାଫର
ବଲିଉଡ ସିନେମା ପଦ୍ମାବତ ଚଳଚ୍ଚିତ୍ରର ଘୁମର ନାଚକୁ ମିଳିଛି ଜାତୀୟ ପୁରସ୍କାର ।

ଜାତୀୟ ପୁରସ୍କାର: ଶ୍ରେଷ୍ଠ ଚଳଚ୍ଚିତ୍ର

ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: ଅନ୍ଧାଧୁନ
ଶ୍ରେଷ୍ଠ ରାଜସ୍ଥାନୀ ଫିଲ୍ମ: ଟର୍ଟଲ
ଶ୍ରେଷ୍ଠ ତାମିଲ ଫିଲ୍ମ: ବରମ
ଶ୍ରେଷ୍ଠ ଉର୍ଦ୍ଦୁ ଫିଲ୍ମ: ହମିଦ
ଶ୍ରେଷ୍ଠ ବଙ୍ଗଳା ଫିଲ୍ମ: ଏକ ଯେ ଛିଲୋ ରାଜା
ଶ୍ରେଷ୍ଠ ମାଲାୟାଲାମ ଫିଲ୍ମ: ସୁଦାନୀ ଫ୍ରମ ନାଇଜେରିଆ
ଶ୍ରେଷ୍ଠ ତେଲୁଗୁ ଫିଲ୍ମ: ମହାନତି
ଶ୍ରେଷ୍ଠ କନ୍ନଡ଼ ଫିଲ୍ମ: ନଥିଚାରାମି
ଶ୍ରେଷ୍ଠ କୋଙ୍କଣୀ ଫିଲ୍ମ: ଆମୋରୀ
ଶ୍ରେଷ୍ଠ ଅସମୀୟା ଫିଲ୍ମ: ବୁଲୁବୁଲ କ୍ୟାନ ସିଙ୍ଗ
ଶ୍ରେଷ୍ଠ ପଞ୍ଜାବୀ ପିଲ୍ମ : ହରଜିତା
ଶ୍ରେଷ୍ଠ ଗୁଜୁରାଟୀ ଫିଲ୍ମ : ରେବା

ଉତ୍ତରାଖଣ୍ଡକୁ ସର୍ବୋତ୍କୃଷ୍ଟ ଫିଲ୍ମ ରାଜ୍ୟ ଭାବେ ଚୟନ କରାଯାଇଛି | ତେବେ ୧୫ଟି ଆଞ୍ଚଳିକ ଭାଷାର ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ କୌଣସି ଓଡ଼ିଆ ଫିଲ୍ମକୁ ଏଥିରେ ସ୍ଥାନ ନମିଳିଥିବାରୁ ଓଡ଼ିଆ ସିନେପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି ।

Leave A Reply

Your email address will not be published.