Latest Odisha News

ଫ୍ଲିପକାର୍ଟରେ ଚାଲୁଛି ବମ୍ପର ସେଲ, ଜାଣନ୍ତୁ କେଉଁ ଜିନିଷ ଉପରେ ରହିଛି ବଡ଼ ଡିସକାଉଣ୍ଟ

ଭୁବନେଶ୍ୱର: ଫ୍ଲିପକାର୍ଟରେ ଚାଲୁଛି ‘ନ୍ୟାସନାଲ ସପିଂ ଡେଜ୍‌ ସେଲ’ । ସ୍ୱାଧୀନତା ଦିବସ ଅବସରରେ ଫ୍ଲିପକାର୍ଟ ଏହି ସେଲ ନେଇ ଆସିଛି।

ଏହି ସେଲ ୮ ଅଗଷ୍ଟରୁ ଆରମ୍ଭ ହୋଇ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ‘ନ୍ୟାସନାଲ ସପିଂ ଡେଜ୍‌ ସେଲ’୨୦୧୯ ପାଇଁ ଫ୍ଲିପକାର୍ଟ ଆଇସିଆଇସିଆଇ ବ୍ୟାଙ୍କ ସହିତ ଟିମ୍‌ ଅପ୍‌ କରିଥିବା ଜଣାପଡିଛି ।

ଗ୍ରାହକ ମାନେ ଆଇସିଆଇସିଆଇ ବ୍ୟାଙ୍କର ଡେବିଟ ଏବଂ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇପାରିବେ।

ଫ୍ଲିପକାର୍ଟ ନ୍ୟାସନାଲ ସପିଂ ଡେଜ୍‌ ସେଲ ଉପରେ ମୋବାଇଲ ଫୋନ, ଟ୍ୟାବଲେଟସ୍‌, ଲାପଟପ୍‌, ଟିଭି, ସ୍ପିକର୍ସ ଏବଂ ଅନ୍ୟ ପପୁଲାର ପ୍ରଡକ୍ଟସ୍‌ ଉପରେ ଭାରୀ ଡିସକାଉଣ୍ଟ ଅଫର କରାଯାଇଛି।

ଫ୍ଲିପକାର୍ଟ ଜିଓମିର ‘ରେଡ଼ମି ନୋଟ ୭ସି’ ଏବଂ ‘ରିଆଲ ମି ୩ ପ୍ରୋ’ ଉପରେ ଏବେ ପର୍ଯ୍ୟନ୍ତର ସବୁଠାରୁ କମ୍‌ ଟଙ୍କାର ମଧ୍ୟ ଅଫର କରାଯାଉଛି। ଏହାସହିତ ‘ଅନର ୨୦ଆଇ’ ଉପରେ ମଧ୍ୟ ଚାରି ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି।

ସେହିପରି ‘ଭିଭୋ ଜେଡ୧ ପ୍ରୋ’ ଉପରେ ମଧ୍ୟ ୧୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ‘ଅପୋ କେ୧’ (୪ଜିବି, ୬୪ ଜିବି) ଏହି ଫୋନର ଦାମ  ୧୮.୯୯୦ ଟଙ୍କା ରହିଥିବା ବେଳେ ଆପଣ ଏହାକୁ ୧୨,୯୯୦ ଟଙ୍କାରେ କିଣିପାରିବେ।

Leave A Reply

Your email address will not be published.