Latest Odisha News

BREAKING NEWS

କେନ୍ଦୁଝରରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ପକ୍ଷରୁ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଡିଏଫଓ ଡି.ଡି ହନୁମତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହାତୀ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ଖଣି ଏକଜ୍ୟୁକେଟିଭ୍ ମାନଙ୍କ ସମ୍ବେଦନଶୀଳତା ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା ।

ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ବନ୍ୟପ୍ରାଣୀ ଡ଼ିଭିଜନ ଡିଏଫଓ ଅଜିତ ଶତପଥି, ଏସିଏଫ ଅଜୟ କୁମାର ସାହୁ ଯୋଗ ଦେଇ ଆଲୋଚନା କରିଥିଲେ । ସୂଚନା ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସଂଜୀବ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଖଣି ସଂସ୍ଥାର କାର୍ଯନିର୍ବାହୀ ପ୍ରତିନିଧି, ବନ ବିଭାଗ କର୍ମଚାରୀ ତଥା ସାମ୍ବାଦିକ ମାନେ  ଉପସ୍ଥିତ ରହିଥିଲେ।

Comments are closed.