Latest Odisha News

BREAKING NEWS

ଲଳିତ କଳା ପୀଠର ୬୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ନିରନ୍ତର ଭାବରେ କଳାର ପ୍ରଚାର ପ୍ରସାର ସହ କଳାକାର ସୃଷ୍ଟିକରି ଚାଲିଥିବା ସର୍ବ ପୁରାତନ ଅନୁଷ୍ଠାନ ଲଳିତ କଳା ପୀଠର ୬୭ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଦିବସବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ଲଳିତକଳା ପୀଠ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି ଉତ୍ସବ ଅବସରରେ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ ୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନୃତ୍ୟ ପ୍ରଦର୍ଶନ କରିଥିଲେ ଏବଂ ସନ୍ଧ୍ୟା ଉତ୍ସବରେ ବରିଷ୍ଠ, କନିଷ୍ଠ ଏବଂ ଉପ-କନିଷ୍ଠ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଲଳିତକଳା ପୀଠର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିବା ସହ ଓଡ଼ିଶାର ପରମ୍ପରାକୁ ବଜାୟ ରଖିଥିବା ପାଇଁ ପ୍ରଶଂସା କରିଥିଲେ । ଏହା ସହ ପୀଠର ଉନ୍ନତି ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବେ ବୋଲି ସେ ପ୍ରକାଶ କରିଥିଲେ ।

ଲଳିତ କଳା ପୀଠର ସଭାପତି ଶୈଳେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ଆୟୋଗର ସଦସ୍ୟ ଦିଲ୍ଲୀପ ବିଶୋୟୀ, ସମ୍ପାଦକ ଚିତ୍ତ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.