Latest Odisha News

ଚଳିତ ବର୍ଷ ବନ୍ୟଜନ୍ତୁ ଆକ୍ରମଣରେ ୬୮ ମୃତ

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶାରେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ଅତି କମରେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ।

ଚଳିତ ବର୍ଷ ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ବିଭିନ୍ନ ଜଙ୍ଗଲରେ ମଣିଷ-ବନ୍ୟଜନ୍ତୁ ମୁହାଁମୁହିଁ ଘଟଣାରେ ୧୦୮୭ ଘର ଏବଂ ୨୩୧୫.୭୯ ଏକରରୁ ଅଧିକ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଢେଙ୍କାନାଳ ଡିଭିଜନ୍ ଜଙ୍ଗଲରେ ବନ୍ୟଜନ୍ତୁ ଆକ୍ରମଣରେ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କେନ୍ଦୁଝର ଡିଭିଜନ୍ ଜଙ୍ଗଲରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେହିଭଳି ବଣାଇ ଏବଂ ରାଉରକେଲା ଜଙ୍ଗଲରେ ବନ୍ୟଜନ୍ତୁ ଆକ୍ରମଣରେ ୬ ଜଣ ମଣିଷ ପ୍ରାଣ ହରାଇଛନ୍ତି। ଅନୁଗୁଳ ଜଙ୍ଗଲରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଠଗଡ଼ ଏବଂ ବାରିପଦାରେ ୪ ଜଣଙ୍କ ଜୀବନ ଯାଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ଯୋଗୁଁ ହୋଇଥିବା କ୍ଷତିପୂରଣ ପାଇଁ ସରକାର ଏପର୍ଯ୍ୟନ୍ତ ୯୧୬୮ ଅଭିଯୋଗ ଗ୍ରହଣ କରିଛନ୍ତି।

ସରକାର ୫୧.୯୨ କୋଟି ଟଙ୍କା କ୍ଷତିପୂରଣ ମଞ୍ଜୁର କରିଥିବା ବେଳେ ସେଥିମଧ୍ୟରୁ ୪.୧୯ କୋଟି ଟଙ୍କା ପ୍ରଭାବିତ ପରିବାରକୁ ବଣ୍ଟନ କରାଯାଇଛି।

ଅପରପକ୍ଷରେ ଏଣିକି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) । ଏହାର ସହାୟତାରେ ଜନବସତି ମୁହାଁ ହେଉଥିବା ବନ୍ୟ ତଥା ହିଂସ୍ର ଜନ୍ତୁଙ୍କ ଗତିବିଧି ଓ ଉପଦ୍ରବ ଉପରେ ନଜର ରଖିବାକୁ ଏଆଇର ସହାୟତା ନେବେ ରାଜ୍ୟ ସରକାର।

ଏନେଇ ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଚନ୍ଦକା ବନଖଣ୍ଡର ଭରତପୁର, ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ଓ ଅନୁଗୁଳ ବନ୍ତଳା ଠାରେ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ।

 

Comments are closed.