Latest Odisha News

ଜାହାଜ ବୁଡ଼ି ଚାଲିଗଲା ୬୮ ଜଣଙ୍କ ଜୀବନ, ୭୪ ନିଖୋଜ

ନୂଆଦିଲ୍ଳୀ: ୟେମେନରେ ବଡ ଧରଣର ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶର ନିକଟରେ ବଡ଼ ଅଘଟଣ । ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ ୧୫୪ ଜଣ ଶରଣାର୍ଥୀ ଥିଲେ । ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨ ଜଣ ଉଦ୍ଧାର ହୋଇପାରିଛନ୍ତି । ଆହୁରି ୭୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖାନଫର ଜିଲ୍ଲାରେ ୫୪ ଜଣଙ୍କ ମୃତଦେହ ସମୁଦ୍ର କୂଳରେ ମିଳିଛି ଏବଂ ୧୪ ଜଣଙ୍କ ମୃତଦେହ ଜିଞ୍ଜିବାର ହସ୍ପିଟାଲରେ ରଖାଯାଇଛି । ନୌକା ଗଲ୍ଫ ଅଫ ଏଡେନରେ ଖରାପ ପାଗ ଯୋଗୁ ଓଲଟି ପଡ଼ିଥିବା ନେଇ ୟେମେନ ଗଣମାଧ୍ୟମ ପକ୍ଷରୁ ସୂଚନା ରହିଛି ।

ୟେମେନ ହେଉଛି ହର୍ନ ଅଫ ଆଫ୍ରିକାରୁ ଗଲ୍ଫ ଦେଶମାନଙ୍କୁ ଯିବା ପାଇଁ ଏକ ପ୍ରମୁଖ ରାସ୍ତା । ୨୦୨୪ରେ ୬୦,୦୦୦ରୁ ଅଧିକ ଶରଣାର୍ଥୀ ୟେମେନରେ ପହଞ୍ଚିଛନ୍ତି । ଗତ ଦଶନ୍ଧୀରେ ଏହି ରାସ୍ତାରେ ୩,୪୦୦ରୁ ଅଧିକ ମୃତ୍ୟୁ ଏବଂ ନିଖୋଜ ଘଟଣା ରେକର୍ଡ ହୋଇଛି ।

Comments are closed.