ନୂଆଦିଲ୍ଲୀ: ଶୁକ୍ରବାର ଦିନ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସମାପ୍ତ ହେବା ପରେ ଏବେ ରବିବାର ଦିନ ୭ଟି ରାଜ୍ୟରେ ହେବାକୁ ଥିବା ଭୋଟଗ୍ରହଣ ଉପରେ ସମସ୍ତଙ୍କ ନଜର ।
ଦେଶରେ ଅନୁଷ୍ଠିତ ହେଉଥିବା ୨୦୧୯ ସାଧାରଣ ନିର୍ବାଚନରେ ସମୁଦାୟ ୭ଟି ପର୍ଯ୍ୟାୟ ନିର୍ବାଚନରୁ ୫ଟି ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ଆସନ୍ତାକାଲି ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଯେଉଁ ୬ଟି ରାଜ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେହି ରାଜ୍ୟ ଗୁଡ଼ିକ ହେଲା – ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡ ରାଜ୍ୟ ।
ଏହି ୭ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଉତ୍ତର ପ୍ରଦେଶର ୧୪ଟି, ହରିୟାଣାର ୧୦ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୮ଟି, ପଶ୍ଚିମବଙ୍ଗରର ୮ଟି ଏବଂ ଦିଲ୍ଲୀର ୭ଟି ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ ।
ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୭ପର୍ଯ୍ୟାୟ ନିର୍ବାଚନ ମେ ୧୯ ତାରିଖରେ ଅନୁଷ୍ଠିତ ହେବ । ତେବେ ମେ ୨୩ ତାରିଖରେ ସମସ୍ତ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଗଣନା ସହିତ ଫଳାଫଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି ।
Comments are closed.