Latest Odisha News

ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ତାଣ୍ଡବରେ ଉପକୂଳ ଓଡିଶା ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଥରେ ଏହାର ପୁର୍ନଉଦ୍ଧାର ତଥା ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଜୋରଦାର ପ୍ରୟାସ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ବାତ୍ୟା ବିପନ୍ନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତ ଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ୍ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡିଶା ଆଇପିଏସ୍ ଅଫିସର୍ସ ସଂଘ, ଗୁପ୍ତା ପାୱାର ଇନଫ୍ରାଷ୍ଟକଚର୍, ସ୍ୟାଣ୍ଡି ରିସର୍ଚ୍ଚ ଓ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବଡଚଣା ବିଧାୟକ ଅମର ଶତପଥୀଙ୍କ ସମେତ ଅନେକ ନେତାମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ।

ଆହୁରି ମଧ୍ୟ ବାତ୍ୟା ବିପନ୍ନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ, ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ  ଇମ୍ଫା ପକ୍ଷରୁ ମଧ୍ୟ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.