Latest Odisha News

BREAKING NEWS

Balasore pollution:ପ୍ରଦୂଷଣ ବୃଦ୍ଧିକୁ ନେଇ ବାଲେଶ୍ୱରରେ ୭ଦିନ ପାଇଁ କଟକଣା ଲାଗୁ

ବାଲେଶ୍ବର: ବାଲେଶ୍ବରରେ କ୍ରମାଗତ AQI ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଗାଇଡ୍‌ଲାଇନ । ବାଲେଶ୍ୱର ଜିଲ୍ଲାରେ ପ୍ରଦୂଷଣଙ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ୭ ଦିନ ଯାଏଁ ଏହି କଟକଣା ଜାରି କରାଯାଇଛି। ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନ୍ଏସି ଓ ମ୍ୟୁନିସିପାଲଟି (ULB) ଅଞ୍ଚଳରେ ଏହି କଟକଣା ବଳବତ୍ତର ରହିବ। GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା–୧୬୩ ଅନୁଯାୟୀ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କଟକଣା ସହ ନିୟନ୍ତ୍ରଣାତ୍ମକ ପଦକ୍ଷେପ ଲାଗୁ କରାଯାଇଛି ।

ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି ପାଇବ ବୋଲି କୁହାଯାଇଛି ।

କଟକଣା ଅନୁଯାୟୀ, ପ୍ରତିଦିନ ସନ୍ଧ୍ୟା ୬ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ପୌରପାଳିକା ଓ ULB ସୀମାଭିତରେ ଭଙ୍ଗାରୁଜା ଓ ମାଟି କାମ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି। ପୌରପାଳିକା,ULB ଓ NHAI ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଯିବ। ବାଲେଶ୍ୱର ସହର ଓ ଅନ୍ୟ ULB ଅଞ୍ଚଳରେ ଭାରୀ ଟ୍ରକ୍ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ। ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଖୋଲା ସ୍ଥାନରେ ନିଆଁ ଜାଳିବାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଉପଜିଲାପାଳ, ବାଲେଶ୍ୱର/ନୀଳଗିରି ଏବଂ ଆରଟିଓ, ବାଲେଶ୍ୱର ପକ୍ଷରୁ କୋଇଲା, ସାନ ଓ ବଡ଼ ଖଣିଜ ଏବଂ ଫ୍ଲାୟ ଆଶ ଭରା ଟ୍ରକ୍‌ମାନଙ୍କ ଦିନରେ ଚଳାଚଳ ଉପରେ ପୃଥକ ନିୟନ୍ତ୍ରଣ ଜାରି କରାଯିବ।

ଆହୁରି ମଧ୍ୟ ବିନା ତର୍ପୋଲିନ ଟ୍ରକ୍‌ଗୁଡ଼ିକୁ NH-୧୬, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଓ ଅନ୍ୟାନ୍ୟ ରାସ୍ତାରେ ଚଳାଚଳକୁ ଅନୁମତି ମିଳିବ ନାହିଁ । ଯଥୋଚିତ ଅନୁମତି ବିନା କୌଣସି ଇଟାଭାଟି (Brick Kiln Unit) ଚାଲିବ ନାହିଁ।

ପୋଲିସ, ପୌରପାଳିକା/ULB, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTO କୁ କଡାକଡି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରିବେ ବୋଲି ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.