Latest Odisha News

BREAKING NEWS

ଦୁର୍ଘଟଣା ନେଲା ୭ ଜୀବନ, ୨୬ ଜଣ ଆହତ

ହୁବଳି(କର୍ଣ୍ଣାଟକ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଓ ଟ୍ରକ୍ ଭିତରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨୬ ଜଣ । କର୍ଣ୍ଣାଟକ ହୁବଳିରେ ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରି ହୁବଳି ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ବସରେ ଥିବା ଯାତ୍ରୀ ବି ପ୍ରାଣ ହରାଇଛନ୍ତି । କିଛି ଲୋକ ଗୁରୁତର ଅଛନ୍ତି । ବସଟି କୋହ୍ଲାପୁରରୁ ବେଙ୍ଗାଳୁରୁ ଯାଉଥିଲା ।

ବସଟି ଗୋଟିଏ ଟ୍ରାକ୍ଟରକୁ ଓଭରଟେକ୍ କରିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ ବସ ଓ ଟ୍ରକର ସାମନା ପଟ ଚୁରମାର ହୋଇଯାଇଛି ।

Leave A Reply

Your email address will not be published.