Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ବିଜେଡିରୁ କିଏ ପ୍ରାର୍ଥୀ ? ଦଳ ଭିତରେ ବଢୁଛି ସସପେନ୍ସ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।  ମେ’ ୩୧ ତାରିଖ ଯାଏ ଚାଲିବ ପ୍ରାର୍ଥିପତ୍ର ଦାଖଲ । ଓଡ଼ିଶାର ଖାଲିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବି ଭୋଟ୍ ନିଆଯିବ । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୩ ଟି ଯାକ ସିଟ୍ ବିଜେଡି ହାତେଇବା ନିଷ୍ଚିତ । ନିର୍ଦ୍ୱନ୍ଦ୍ୱରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି ।

ବିଜେଡିରୁ କିଏ ହେବ ରାଜ୍ୟସଭା ପ୍ରାର୍ଥୀ ? ତାକୁ ନେଇ ଦଳ ଭିତରେ ସସପେନ୍ସ ବଢ଼ି ଚାଲିଛି । କେବଳ ଚର୍ଚ୍ଚା ଚାଲିଛି । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମୋ ନବୀନ ପଟ୍ଟନାୟକ । କୁହାଯାଉଛି ଦିନେ ଦୁଇ ଦିନ ଭିତରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ନବୀନ ପଟ୍ଟନାୟକ ।

ରାଜ୍ୟସଭା ନିର୍ବାଚନ ବେଳେ ସବୁବେଳେ ସରପ୍ରାଇଜ୍ ଦେଇ ଆସିଛନ୍ତି ନବୀନ । ଚର୍ଚ୍ଚାରେ ନଥିବା ଦଳୀୟ ନେତାଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି । ଏଥିର କିଏ ହେବେ ଡାର୍କହର୍ସ ତାଉପରେ ସମସ୍ତଙ୍କର ନଜର ରହିଛି । ଚର୍ଚ୍ଚା ହେଉଛି, ମହିଳାଙ୍କୁ ଗୁରୁତ୍ୱ ଦେଇପାରନ୍ତି ବିଜେଡି ସୁପ୍ରିମୋ ।

Leave A Reply

Your email address will not be published.