Latest Odisha News

BREAKING NEWS

ଇରାନ୍‌ରେ ଭୂକମ୍ପ ଝଟ୍‌କା, ୭ ମୃତ ଅନେକ ଆହତ

ଦୁବାଇ : ଇରାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖୋଇ ସହରରେ ଭୂକମ୍ପ ଝଟ୍‌କା। ଏହି ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ପ୍ରଦେଶର ଖୋଇ ସହରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ରିକ୍ଟର୍‌ ସ୍କେଲ୍‌ରେ ୫.୯ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା କଥା ‘ୟୁରୋପିୟାନ୍‌ ମେଡିଟେରାନିଆନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ ରିପୋର୍ଟ କରିଛି। ଭୂମିକମ୍ପ ପରେ ପରେ ପୁଣି ଚାରିଥର କମ୍ପନ ଅନୁଭୂତ ହୋଇଥିଲା। ତେଣୁ ଏହି ଭୂମିକମ୍ପକୁ ଅଗଭୀର ଏବଂ ମଧ୍ୟମ ଧରଣର ଭୂମିକମ୍ପ ବୋଲି କୁହାଯାଉଛି।ଭୂମିକମ୍ପର ଉତ୍ପତ୍ତିସ୍ଥଳୀର ନିକଟସ୍ଥ ଖୋୟ ନଗରୀ  ।

ଏନେଇ ଅଜରବୈଜାନ ପ୍ରଦେଶକୁ ରିଲିଫ୍‌ ଓ ରେସ୍କ୍ୟୁ ଟିମ୍‌ ପଠାଯାଇଛି। ଭୂକମ୍ପ ପରେ ହସ୍ପିଟାଲ୍‌ ଗୁଡ଼ିକୁ ଆଲର୍ଟରେ ରଖାଯାଇଛି । ଭୂକମ୍ପ ଦ୍ୱାରା ପ୍ରଭାବିତ କିଛି ଅଞ୍ଚଳରେ ତୁଷାରପାତ ହେଉଥିବା ଜଣାପଡ଼ିଛି । କେତେକ ସ୍ଥାନରେ ବିଜୁଳି କାଟ ହୋଇଥିବା ରିପୋର୍ଟ ମଧ୍ୟ ମିଳିଛି।

 

Leave A Reply

Your email address will not be published.