Latest Odisha News

BREAKING NEWS

ଝାରସୁଗୁଡା ଜିଲ୍ଲାକୁ ପ୍ରବେଶ ମନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାକୁ ପ୍ରବେଶ ମନା । ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ୭ଟି ଜିଲ୍ଲା ଓ ଗୋଟିଏ ସବ୍‌ଡିଭିଜନର ଲୋକଙ୍କୁ ଏହି ଜିଲ୍ଲାରେ ପ୍ରବଶେ ଉପରେ ରୋକ ଲାଗାଯାଇଛି । ୭ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର । ସୁନ୍ଦରଗଡ଼ର ପାନପୋଷ ସବଡ଼ିଭିଜନ ଲୋକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ନାହିଁ ।

କେବଳ ସେତିକି ନୁହେଁ ଝାରସୁଗୁଡା ଜିଲ୍ଲାକୁ ଫେଣିଲେିଲେ ସଙ୍ଗରୋଧରେ ରହିବାକୁ ମଧ୍ୟ ବାଧ୍ୟ କରାଯାଇଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି ।

ଅଧିକ ଜଟିଳ ହେଲାଣି ଜୁଲାଇ ମାସ । କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଏହକାୁ ନଜରରେ ରଖି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.