Latest Odisha News

BREAKING NEWS

ଆସାମ ତୈଳକୂଅରେ ପୁଣି ବିସ୍ଫୋରଣ, ୩ ବିଦେଶୀ ବିଶେଷଜ୍ଞ ଆହତ

ଗୁଆହାଟି: ଆସାମ ତିନସୁକୁଆ ତୈଳକୂପାରେ ପୁଣି ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ସେଠାରେ କାମ କରୁଥିବା ୩ ଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପରେ ସ୍ଥିତି ଦିନକୁ ଦିନ ଭୟଙ୍କର ଆକାର ଧାରଣ କରୁଛି । ଏପରିିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି । ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

ସିଂଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ । ଏହି ଦଳରେ ସିଂଗାପୁରର ୩ ଜଣ, ଆମେରିକାର ୨ ଜଣ ଓ କାନାଡାର ଜଣେ ନାଗରିକ ଥିଲେ । କିନ୍ତୁ ସ୍ଥିତିକୁ ସମ୍ଭାଳିବାରେ ବିଫଳ ହେବାରୁ ସେମାନେ ଭାରତ ଛାଡ଼ିବାକୁ ଇଚ୍ଛାପ୍ରକାଶ କରିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ପ୍ରାୟ ୧୮ ଘଣ୍ଟା ଧରି ବନ୍ଧକ ରଖିଥିଲେ ।

Leave A Reply

Your email address will not be published.