Latest Odisha News

BREAKING NEWS

ଗାଁର ନାଁ ହେଲା ‘ରଙ୍ଗବତୀ’

ସମ୍ବଲପୁର: ବଦଳିଲା ଗାଁର ନାଁ । ଗୀତ ନାମରେ ହେଲା ପରିବର୍ତ୍ତନ । ରାଜ୍ୟର ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ । ସମ୍ବଲପୁରର ବିଲଙ୍ଗ ଗାଁକୁ ରଙ୍ଗବତୀ ନାଁରେ ନାମିତ କରାଯାଇଛି । ଏ ନେଇ କେନ୍ଦ୍ର ସରକାର ଅନୁମତି ଦେବା ପରେ ଗାଁର ନାଁ ବଦଳି ହୋଇଛି ‘ରଙ୍ଗବତୀ ବିଲଙ୍ଗ’ ।

ଏହି ଗାଁ ହେଉଛି ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌତିଆଁଙ୍କ ଗାଁ । ୧୯୭୫-୭୬ରେ ପ୍ରଥମେ ଆକଶବାଣୀରେ ଏହି ଗୀତ ରେକର୍ଡ କରାଯାଇଥିଲା । ପରେ ଏହାକୁ ଏକ ଘରୋଇ କ୍ୟାସେଟ କମ୍ପାନୀ ରେକର୍ଡିଂ କରି ୧୯୭୮-୧୯୭୯ ମସିହାରେ ରିଲିଜ କରିଥିଲା ।

ରଙ୍ଗବତୀ ଗୀତ ସାରା ରାଜ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ଏହାକୁ ଗାଇଥିଲେ ଜୀତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ । ପରେ ଏହି ଗୀତ ଦେଶ ବିଦେଶରେ ବି ବେଶ ଲୋକପ୍ରିୟ ହୋଇଛି । ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଓ ବିହାରରେ ଏହି ଗୀତ ବେଶ ଲୋକପ୍ରିୟ ହୋଇପାରିଛି । ରଙ୍ଗବତୀ ଗୀତ ଲାଗି ଗାୟକ ଜିତେନ୍ଦ୍ରିୟ ହରିପାଲଙ୍କୁ ୨୦୧୭ରେ ପଦ୍ମଶ୍ରୀ ବି ଦିଆଯାଇଛି ।

Leave A Reply

Your email address will not be published.