Latest Odisha News

BREAKING NEWS

ଢେଙ୍କାନାଳ: ବିଦ୍ୟୁତ ଆଘାତରେ ୭ଟି ବଣୁଆହାତୀଙ୍କ ଶୋଚନୀୟ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠରେ ଅବସ୍ଥିତ କମଳାଙ୍ଗ ଗାଁ ନିକଟ ସଦର ଜଙ୍ଗଲରେ ଶୁକ୍ରବାର ଦିନ ଏକ ବିଦ୍ୟୁତ ତାରରେ ସଂଯୋଗ ଘଟି ୭ଟି ବଣୁଆ ହାତୀଙ୍କର ମୃତ୍ୟୁ ହୋଇଛି ।

ଗାଁ ପାଖରେ ଥିବା ଚାଷଜମିରେ ୭ଟି ହାତୀ ମରି ପଡ଼ିଥିବାର ପ୍ରଥମେ ଦେଖି ଗ୍ରାମବାସୀମାନେ ବନବିଭାଗକୁ ଜଣାଇଥିଲେ ।

ଗଣମାଧ୍ୟମକୁ ଗ୍ରାମବାସୀମାନେ କହିଛନ୍ତି, ଶୁକ୍ରବାର ରାତିରେ ପାଖ ଜଙ୍ଗଲରୁ ୧୩ଟି ବଣୁଆ ହାତୀ ପସଲ ଖାଇବା ଲାଗି ଜନବସତି ମଧ୍ୟକୁ ପ୍ରବେଶ କରିଥିଲେ ।

ଏହି ହାତୀପଲରୁ ଗ୍ରାମ ମଧ୍ୟ ଦେଇ ଯାଉଥିବା ୭ଟି ହାତୀ ସେଠାରେ ପଡ଼ିଥିବା ଏକ ବିଦ୍ୟୁତ ତାରକୁ ଛୁଇଁଦେବାରୁ ବିଦ୍ୟୁତ ଆଘାତ ଦ୍ୱାରା ମୃତ୍ୟୁବରଣ କରିଥିଲେ ।

ଏହା ଦେଖି ଅନ୍ୟ ୬ଟି ହାତୀ ଭୟରେ ସେଠାରୁ ଚାଲିଯାଇଥିଲେ ।

ମିଳିଥିବା ସୂଚନାନୁଯାୟୀ, ଏହି ସ୍ଥାନରେ ରେଲୱେ ବିଭାଗ ପକ୍ଷରୁ ଏକ ସଂସ୍ଥାକୁ ରେଲୱେ ବ୍ରିଜ ନିର୍ମାଣ କରିବାକୁ ନିୟୋଜିତ କରାଯାଇଥିଲା । କିନ୍ତୁ ଏହି କମ୍ପାନୀ ପକ୍ଷରୁ ବନବିଭାଗର ଗାଇଡ଼ଲାଇନକୁ ଅମାନ୍ୟ କରି ବନାଞ୍ଚଳରେ ବିଦ୍ୟୁତ ତାର ବିଛାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ଯେ, ଭୂମିଠୁଁ ମାତ୍ର ୮ଫୁଟ ଉଚ୍ଚତାରେ ବିଦ୍ୟୁତ ତାର ଲାଇନ ନିଆଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ କହିଛନ୍ତି, ଭାରତ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ୧୧କେଭି ବିଦ୍ୟୁତ ତାରକୁ ଭୂମିଠାରୁ ୧୭ରୁ ୧୮ଫୁଟ ଉଚ୍ଚତାରେ ନେବା ଉଚିତ ।

Leave A Reply

Your email address will not be published.