Latest Odisha News

BREAKING NEWS

ଉପକୂଳବର୍ତ୍ତୀ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ବଙ୍ଗୋପସାଗରରେ ପଶ୍ଚିମ-କେନ୍ଦ୍ର ଓ ଏହାର ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅନୁଭୂତ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଶନିବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପଶ୍ଚିମ-କେନ୍ଦ୍ର ଓ ଏହାର ନିକଟବର୍ତ୍ତି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଲେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ଆଶଙ୍କା କରାଯାଉଛି ।

ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ୨୮ ଅକ୍ଟୋବରରୁ ୩ ଦିନ ଯାଏଁ ଲଗାଣ ବର୍ଷା ଜାରି ରହିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଣିପାଗ ବିଭାଗ ପକ୍ଷରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡିକୁ ହଳଦିଆ ବିପଦ ସଙ୍କେତ ଦିଆଯାଇଛି । ହଳଦିଆ ବିପଦ ସଙ୍କେତ ଯୋଗୁଁ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଅକ୍ଟୋବର୨୮ ତାରିଖରେ ଏହା ଯୋଗୁଁ ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ଏବଂ ଅକ୍ଟୋବର ୨୯ ତାରିଖରେ ଭଦ୍ରକ, ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର ଏବଂ ବାଲେଶ୍ୱର । ସେହିପରି ଅକ୍ଟୋବର ୩୦ ତାରିଖରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଶ୍ରୀ ବିଶ୍ୱାସ ଗଣମାଧ୍ୟମକୁ କହିଛନ୍ତି ।

ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଅକ୍ଟୋବର ୨୮ ତାରିଖ ପୂର୍ବରୁ ମତ୍ସ୍ୟଜିବୀ ମାନେ ଗଭୀର ସମୁଦ୍ରରୁ  ଫେରିଆସିବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.