Latest Odisha News

BREAKING NEWS

ଜାତୀୟ ମହିଳା ହକି ଟିମର ୭ ସଦସ୍ୟ, ୨ ଷ୍ଟାଫ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତର ଜାତୀୟ ମହିଳା ହକି ଟିମର ୭ଜଣ ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫଙ୍କ ମଧ୍ୟରୁ ୨ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାଇ ବେଙ୍ଗାଲୁରରେ କ୍ୱାରେଂଟାଇନ ଅବଧି ସରିବା ପରେ ଏମାନଙ୍କର କୋଭିଡ ଟେଷ୍ଟ ଏପ୍ରିଲ ୨୪ରେ କରାଯାଇଥିଲା । ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ରାନୀ ରାମପାଲ, ସବିତା ପୁନିଆ, ଶର୍ମିଳା ଦେବୀ, ରଜନୀ, ନଭଜୋତ କୌର, ନଭନୀତ କୌର ଓ ସୁଶୀଲା ।

ସେହିପରି ଭିଡିଓ ଆନାଲିଷ୍ଟ ଅମୃତପ୍ରକାଶ ଓ ସାଇଟିଂଫିକ ଆଡଭାଇଜର ୱେନ ଲୋମ୍ବାର୍ଡଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ଉପରୋକ୍ତ ଖେଳାଳି ଏବଂ ଷ୍ଟାଫଙ୍କୁ ଆଇସୋଲେଟଡ କରାଯାଇଛି । ବାଙ୍ଗାଲୋର ସାଇ ସେଂଟରରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡା ନଜର ରଖାଯାଇଛି ।

Leave A Reply

Your email address will not be published.