Latest Odisha News

ଆଜି ବି ଅସହ୍ୟ ତାତି, ୪୦ ଡିଗ୍ରୀ ଉପରେ ୧୭ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ଝାଞ୍ଜି ଖରାରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ସୂର୍ଯ୍ୟଙ୍କ ପ୍ରବଳ ପ୍ରକୋପରେ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୭ ସହର । ତେବେ ୪୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକକ ପାଣିପାଗ ବିଭାଗ ।

ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୨.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୪୨.୨, ଅନୁଗୁଳରେ ୪୨.୧, ନୟାଗଡ଼ ଓ ଟିଟିଲାଗଡ଼ରେ ୪୨ ଡିଗ୍ରୀ, ତାଳଚେରରେ ୪୧.୬, ସୁନ୍ଦରଗଡ଼ରେ ୪୧.୫, ଝାରସୁଗୁଡ଼ାରେ ୪୧.୪, ବାରିପଦା ଓ ସମ୍ବଲପୁରରେ ୪୧.୨, ସୋନପୁର ଓ ଭବାନୀପାଟଣାରେ ୪୧ ଡିଗ୍ରୀ, ହୀରାକୁଦରେ ୪୦.୯, କଟକରେ ୪୦.୨, ବାଲେଶ୍ବରରେ ୪୦.୧ ଓ ଫୁଲବାଣୀରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟ ଜିଲ୍ଲା କଥା ଯଦି ନଜର ପକାଇବା, ତାହେଲେ ଚାନ୍ଦବାଲିରେ ୩୯.୮, ପାରାଦୀପରେ ୩୨.୨, ଗୋପାଳପୁରରେ ୩୨.୧, ପୁରୀରେ ୩୩.୪, କେନ୍ଦୁଝରରେ ୩୮.୨, କୋରାପୁଟରେ ୩୫.୨, ମାଲକାନଗିରିରେ ୩୭.୫, ଦାରିଙ୍ଗବାଡିରେ ୩୫.୫, ଛତ୍ରପୁରରେ ୩୪, ପାରଳାଖେମୁଣ୍ଡିରେ ୩୮ ଓ ରାୟଗଡ଼ାରେ ୩୫ ଡି୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.