Latest Odisha News

BREAKING NEWS

ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌; ୭ ମୃତ, ୪୦ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଅଯୋଧ୍ୟାରେ ଲକ୍ଷ୍ନୌ-ଗୋରଖପୁର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ସହ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ବସ୍‌ଟି ଧକ୍କା ହେବା ପରେ ଓଲଟି ପଡ଼ି ଏକ ମାଲ୍‌ବାହୀ ଗାଡ଼ି ତଳେ ପଡ଼ିଯାଇଥିଲା।

ଅଯୋଧ୍ୟାରୁ ଆସିଥିବା ଘରୋଇ ଯାତ୍ରୀବାହୀ ବସ୍‌ଟି ଶୁକ୍ରବାର ସନ୍ଧ୍ୟାରେ ଆମ୍ବେଦକରନଗର ଯିବାକୁ ଜାତୀୟ ରାଜପଥର ବୁଲାଣିରେ ବୁଲୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ଘଟଣା ପରେ ପୁଲିସ ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ପାଇଁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।

Comments are closed.