Latest Odisha News

BREAKING NEWS

ଆଜିଠୁ ରାଜଧାନୀରେ ଖୋଲୁଛି ଆଉ ୭ ଆହାର କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଖୋଲୁଛି ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ର । ପୂର୍ବରୁ କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ଭୁବନେଶ୍ୱରର ବିଭିନ୍ନ ଆହାର କେନ୍ଦ୍ର ଆଜିଠାରୁ ଖୋଲିବ ବୋଲି ସୂଚନା ମିଳିଛି । ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ଟି ଆହାର କେନ୍ଦ୍ର ଖୋଲୁଛି ।

ବରମୁଣ୍ଡା ବସଷ୍ଟାଣ୍ଡ, ନୂଆପଲ୍ଲୀ, ୟୁନିଟ-୨, ମାଳିସାହି, କଳ୍ପନା ଛକ, ମଞ୍ଚେଶ୍ବର, ମାଷ୍ଟରକ୍ୟାଣ୍ଟିନରେ ଥିବା ୭ଟି ଯାକ ଆହାର କେନ୍ଦ୍ର ସୋମବାର ଠାରୁ ଖୋଲିବ । ଏହା ପୂର୍ବ ଭଳି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବ। ଏବେ ଏମ୍‌ସ ହସ୍ପିଟାଲ ନିକଟରେ ୨ଟି, କ୍ୟାପିଟାଲ ହସ୍ପିଟାଲ ନିକଟରେ ଗୋଟିଏ, କଳିଙ୍ଗ ହସ୍ପିଟାଲ ନିକଟରେ ଗୋଟିଏ, ସମ୍‌ ହସ୍ପିଟାଲ ନିକଟରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି।

Leave A Reply

Your email address will not be published.