ଭୁବନେଶ୍ୱର: ପ୍ରଚାର ଲଢ଼େଇ ଥମିଛି । ଆସନ୍ତାକାଲି ଅସଲ ଲଢ଼େଇ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାରେ ମତଦାନ ସାରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ସମସ୍ତ ସରଞ୍ଜାମ ଧରି ସେମାନେ ବୁଥରେ ପହଞ୍ଚି ସାରିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ଏବେ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।
ତିର୍ତ୍ତୋଲରେ ୩୪୬ ବୁଥ୍, ବାଲେଶ୍ୱର ସଦରରେ ୩୪୬ଟି ବୁଥ୍
ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୭୩ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି । ସେହିପରି ବାଲେଶ୍ୱରରେ ୩୪୬ଟି ପୋଲିଂ ପାର୍ଟି ବୁଥରେ ପହଞ୍ଚି ସାରିଛନ୍ତି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର । ସେହିପରି ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୬୨ ହଜାର ୫୮୨ । ତିର୍ତ୍ତୋଲରେ ୩୭୩ଟି ବୁଥରୁ ୧୫୫ଟି ସମ୍ବେଦନଶୀଳ । ବାଲେଶ୍ୱରରେ ୩୪୬ଟି ମଧ୍ୟରୁ ୮୫ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି ।
କୋଭିଡ୍ କଟକଣା ଭିତରେ ମତଦାନ
କୋଭିଡ କଟକଣା ଓ ଗାଇଡଲାଇନ ଭିତରେ ମତଦାନ ହେବ । ଭୋଟ୍ ଦାନ ବେଳେ ଭୋଟର ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ବୁଥ ଭିତରକୁ ପ୍ରବେଶ ପୂର୍ବରୁ ଭୋଟରଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଭୋଟରଙ୍କୁ ଦିଆଯିବ ହ୍ୟାଣ୍ଡ ଗ୍ଲୋବସ । ପ୍ରତି ବୁଥରେ ରହିବ ସାନିଟାଇଜର ବ୍ୟବସ୍ଥା । ବିଭିନ୍ନ ସମୟରେ ବୁଥକୁ ସାନିଟାଇଜ୍ ବି କରାଯିବ ।
ତ୍ରିମୁଖୀ ଲଢ଼େଇ
ବାଲେଶ୍ୱର ସଦର ଆସନରେ ତ୍ରିମୁଖୀ ଲଢ଼େଇ । ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି ବିଜେଡିର ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ । ସେହିପରି ତିର୍ତ୍ତୋଲରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ମଲ୍ଲିକ । ଆସନ୍ତାକାଲି ମତଦାନ ପରେ ୧୦ ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।
BREAKING NEWS
- କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତି, କମିଲା ୪୧ଟି ଜରୁରୀ ଔଷଧର ଦର
- ୧୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ ରୋଡ ଶୋ’
- ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ
- ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ, ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ
- ଇସ୍ତଫା ଦେଲେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ
- ଖଲ୍ଲିକୋଟ ହିଂସା ଘଟଣା; ତଦନ୍ତ କରିବ ଏସଆଇଟି
- ଫାଇନାନ୍ସ କମ୍ପାନୀରେ ଲାଗିଲା ନିଆଁ
- ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍ ଜବତ
- ‘ମୋଦି ଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରନ୍ତୁ, ଗୋହତ୍ୟାକାରୀଙ୍କୁ ଓଲଟା ଟାଙ୍ଗି ସିଧା କରିଦେବୁ’
- ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା