Latest Odisha News

BREAKING NEWS

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ, ୨୪ ଘଣ୍ଟାରେ ୧୩୮୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ୧ ହଜାର ୩୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯୮ ସଂକ୍ରମିତ । ୫୯୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

BjdElectrycity

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ ସଂକ୍ରମିତ ହୋଇଛନ୍ତି । କଟକରୁ ଚିହ୍ନଟ ହୋଇଛନ୍ତି ୧୦୧ ନୂଆ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ଶହେ ପଜିଟିଭ୍ କେସ୍ ଆସିଛି । ରାଜ୍ୟର ଅନ୍ୟ ଜିଲ୍ଲାରୁ ଶହେରୁ କମ୍ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୨୧୪କୁ ବୃଦ୍ଧି ପାଇଛି । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟରେ ପ୍ରତିଦିନ ବଢୁଛି ସୁସ୍ଥଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୭୭ ହଜାର ୫୬୪ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ସୁସ୍ଥ ହାର ରହିଛି ୯୪.୬୬% । ଆକ୍ଟିଭ କେସ ୧୪ ହଜାର ୨୫୭ଟି ରହିଛି ।

Leave A Reply

Your email address will not be published.