କୋଲକାତା: ଦେଶୀ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାର ମଲିପଞ୍ଚଘୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ସ୍ଥାନୀୟ ଏକ ଦୋକାନରୁ ଅବୈଧ ମଦ ଆଣି ପିଇବା ପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଦେଶୀ ମଦ ନା ଆଉ କିଛି ସେନେଇ ପୋଲିସ, ପ୍ରଶାସନ ସ୍ପଷ୍ଟ କରିନାହିଁ । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ହାୱଡ଼ା ପୋଲିସ କମିଶନର ପ୍ରବୀଣ କୁମାର ତ୍ରିପାଠୀ ।
WB | 7 people dead, several others ill allegedly after consuming country liquor in Howrah
7 people have died, 6 people under medical treatment in a hospital; Cause of death can be ascertained after post-mortem, says Howrah Police Commissioner Praveen Kumar Tripathi pic.twitter.com/R9ty65k3EC
— ANI (@ANI) July 20, 2022
ପୋଲିସ ସମସ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ, ଗତମାସ ମଧ୍ୟରେ ମଧ୍ୟ ସେହିଠାରୁ ମଦ ପିଇ ମୃତ୍ୟୁ ହୋଇଥିଲା । ହେଲେ ପରିବାର ଲୋକ ପୋଲିସକୁ ନ ଜଣାଇ ମୃତଦେହ ସଂତ୍କାର କରି ଦେଇଥିଲେ । ତେବେ ସେନେଇ ପୂର୍ବରୁ କୌଣସି ଅଭିଯୋଗ ହୋଇ ନଥିବା ପୋଲିସ କହିଛି । ଏପରିକି ଉକ୍ତ ଅଞ୍ଚଳରେ ସେଭଳି କିଛି ମଦ ଦୋକାନ ବାବଦରେ ପୋଲିସ ପାଖରେ ସୂଚନା ନାହିଁ । ପୂର୍ବରୁ ବୁର୍ଦାନରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ଦାବି କରିଥିବା ବେଳେ ପ୍ରଶାସନ ଖଣ୍ଡନ କରିଥିଲା ।
Comments are closed.