Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନାଗୁଣୀର ମାତୃ ସ୍ନେହ: ଛୁଆଙ୍କୁ ସୁରକ୍ଷିତ ରଖି ଭୋକରେ ଜୀବନ ହାରିଲା

କଟକ : ଟାଙ୍କି ଭିତରୁ ଉଦ୍ଧାର ହେଲା ନାଗ ସାପ ଛୁଆ ।  କଟକ ଜିଲ୍ଲା ବାଙ୍କୀ  ଦୋଳଣାପୁରର ଲକ୍ଷ୍ମୀଧର ପରିଡାଙ୍କ ଘରେ ଟାଙ୍କି ମରାମତି କରାଯିବା ବେଳେ କିଛି ନାଗ ସାପ ଛୁଆ ଓ ଅଣ୍ଡା ଉଦ୍ଧାର ହୋଇଛି । ତାସହିତ ସେଠାରେ ଏକ ବଡ଼ ନାଗ ସାପ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣା ନେଇ  ସ୍ନେକ୍  ହେଲପଲାଇନ୍କୁ ଖବର ଦିଆଯାଇଥିବା ବେଳେ ଦୁଇଜଣିଆ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା । ଘଟଣା ନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କ ସାହାଯ୍ୟ ଲୋଡିଥିଲେ ।

ଟାଙ୍କି ଭତରେ ୧୧ଫୁଟ ଲମ୍ବର ଏହି ସାପ କେବେ ଫସିଥିଲା ତାହା କିନ୍ତୁ କାହାକୁ ଜଣାନଥିଲା । ତେବେ ଟାଙ୍କିର ଘୋଡଣୀ ଖୋଲିବାରୁ ୧୪ଟି ନାଗ ସାପ ଛୁଆ ବାହାରିଥିଲା । କିଛି ଅଣ୍ଡା ଖୋଳ ବି ନଷ୍ଟ ହୋଇଯାଇଥିଲା । ସାପ ଛୁଆ ଗୁଡିକ ଗାଁରୁ କିଛି ଦୁରରେ ପ୍ରାକୃତିକ ଆବାସିକ ସ୍ଥଳୀରେ ଛାଡି ଦିଆଯାଇଛି।

ଟାଙ୍କି ଭିତରେ ରହିଥିବା ଯୋଗୁ ଭୋକ ଉପାସରେ ମାଆ ସାପଟିର ମୃତ୍ୟୁ ହୋଇଯାଇଛି । ଆଉ ଛୁଆ ସାପ ଗୁଡିକ ମଧ୍ୟ ଦୁର୍ବଳ ହୋଇପଡ଼ିଛନ୍ତି । ନଜିର ଅଛି ମାଆ ସାପ ଭୋକ ମେଣ୍ଟାଇବାକୂ ଛୁଆ ସାପକୁ ଖାଇଦେଇଥାଏ । ହେଲେ ସବୁଠୁ ବଡ଼ କଥା ହେଲା ଭୋକ ଉପାସରେ ରହି ମାଆ ନାଗଟିର ମୃତ୍ୟୁ ହୋଇଥିଲେ ବି ସେ ତାର ଅଣ୍ଡା ଆଉ ଛୁଆ ମାନଙ୍କୁ ସୁରକ୍ଷିତ ରଖିଛି । ଶେଷରେ ନିଜ ପିଲାଙ୍କୁ ସୁରକ୍ଷା ଦେଇ ମାଆ ନାଗ ମୃତ୍ୟୁକୁ ଆଦରି ନେଇଛି।

Leave A Reply

Your email address will not be published.