ଲମତାପୁଟ: ଓଡିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡକୁ ପାଖାପାଖି ୭ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ମାଛକୁଣ୍ଡ ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
ସୁଚାନୁଯାୟୀ, ନମ୍ବର ପ୍ଲେଟ ନଥିବା ଏକ ଭ୍ୟାନରେ ଏହି ଗଞ୍ଜେଇ ଚୋରା ଚାଲାଣ ହେବା କଥା ପୋଲିସକୁ ଖବର ମିଳିଥିଲା। ନନ୍ଦପୁର ଏସଡ଼ିପିଓ, ମାଛକୁଣ୍ଡ ଥାନା ଅଧିକାରୀ, ଲମତାପୁଟ ଫାଣ୍ଡି ଅଧିକାରୀ ଏବଂ ଜଲାପୁଟ ଫାଣ୍ଡି ଅଧିକାରୀ ୪ଟି ଟିମ୍ ଗଠନ କରି ମଟାମପୁଟ ଗାଁ ନିକଟରେ ଗାଡିକୁ ଅଟକାଇଥିଲେ ।
ଅନ୍ୟପଟେ ପୋଲିସକୁ ଦେଖି ଉକ୍ତ ଗାଡିର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।
Comments are closed.