Latest Odisha News

BREAKING NEWS

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଅହମଦାବାଦ: ରାଜକୋଟ୍‌ ନାବାଳିକା ଦୁଷ୍କର୍ମ ମାମଲାରେ ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ସୁଣାଇଲେ କୋର୍ଟ । ଅଭିଯୁକ୍ତ ମଧ୍ୟପ୍ରଦେଶ ଅଲିରାଜପୁରର ରାମସିଂ ଦୁଦ୍‌ଭା(୩୨)କୁ ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଭି.ଏ. ରାଣା ଶିଶୁ ଯୌନ ନିର୍ଯାତନା ପ୍ରତିକାର ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଆଇନର ବିଭିନ୍ନ ଧାରାରେ ଦୋଷୀସାବ୍ୟସ୍ତ କରିଥିଲେ ।

ସୂଚନା ମୁତାବକ, ୭ ବର୍ଷର ନାବାଳିକା ଜଣକ ତାଙ୍କ ଭାଇ ସହ ଖେଳୁଥିଲାବେଳେ ଅଭିଯୁକ୍ତ ରାମସିଂ ତାଙ୍କୁ ବାଇକ୍‌ ରେ ଅପହରଣ କରି ଏକ ବୁଦା ନିକଟକୁ ନେଇଯାଇ ଦୁଷ୍କର୍ମ କରିଥିଲେ । ପରେ ସେ ନାବାଳିକାକୁ ଲୁହା ରଡ୍‌ ରେ ଯୌନ ନିର୍ଯାତନା ଦେଇ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲା । ଖବର ପ୍ରଘଟ ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଡିସେମ୍ବର ୮ରେ ଗିରଫ କରିଥିଲା ।

ଡିସେମ୍ବର ୧୯ରେ ଚାର୍ଜଶିଟ୍‌ ଦାଖଲ ହୋଇଥିବାବେଳେ ଜାନୁଆରୀ ୧୨ରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ । ଅପରାଧର ୪୪ ଦିନ ମଧ୍ୟରେ ରାମସିଂଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.