Latest Odisha News

BREAKING NEWS

ଭୁବନେଶ୍ବରରୁ ୭୦୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୭୦୮ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୫୭ । ସେହିପରି ଆଜି ବିଏମସି ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୩୫୦ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ, ଝାରପଡ଼ାରୁ ୨୧, ମଞ୍ଚେଶ୍ବରରୁ ୨୦, ଚନ୍ଦ୍ରଶେଖରପୁରରୁ ୧୭, ଡୁମଡୁମାରୁ ୧୬, ବରମୁଣ୍ଡାରୁ ୧୧, ଆଇଗିଣିଆରୁ ୧୧, ଭିମଟାଙ୍ଗି ଓ ଜାଗମରାରୁ ୯ ଜଣ ଲେଖାଏଁ, ଜୟଦେବବିହାର, ଲକ୍ଷ୍ମୀସାଗର ଓ ବଡ଼ଗଡ଼ରୁ ୮ ଜଣ ଲେଖାଏଁ, ବମିଖାଲରୁ ୭, ଚକେଇଶିଆଣି, ଆଇଆରସି ଭିଲେଜରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୫୧ ଜଣଙ୍କ ମଧ୍ୟରୁ ଅଧିକାଂଶ ଓଲ୍ଡ ଟାଉନ୍, ପଟିଆ, ଝାରପଡ଼ା, ନୟାପଲ୍ଲୀ, ୟୁନିଟ୍-୯, ଡୁମୁଡୁମା, ପାହାଳରୁ ଅଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଭୁବନେଶ୍ବରରେ ଚିହ୍ନଟ ହେଲେଣି ୪୦ ହଜାର ୬୨୮ ପଜିଟିଭ୍ । ବର୍ତ୍ତମାନ ସୁଦ୍ଧା ୩୪ ହଜାର ୮୮୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୫୫ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୫୪୬୮ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.