Latest Odisha News

BREAKING NEWS

ଆସିଲା ପୋଷ୍ଟର୍‌, ରିିଲିଜ୍ ଅପେକ୍ଷାରେ “ଅରୁନ୍ଧତୀ”

ଭୁବନେଶ୍ୱର: କରୋନାର କରାଳ ରୂପରେ ବି ଚଳଚଂଚଳ ଓଲିଉଡ । ରିଲିଜ ଅପେକ୍ଷାରେ ଆକ୍ସନ୍ ଷ୍ଟାର ରାଜବୀର ଓ ଏଲିନାଙ୍କ ଅଭିନୀତ ପ୍ରଥମ ଓଡିଆ ଫିଲ୍ମ “ଅରୁନ୍ଧତୀ” । ଆଜି ଏହାର ପୋଷ୍ଟର ସାମ୍ନାକୁ ଆସିଛି । ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରମେଶ ବାରିକ ।

ରଜନୀ ମୁଭିଜ ନିବେଦିତ ଏହି ଫିଲ୍ମରେ ସଂଜୟ ଭୋଳ ଓ ନରି ପଣ୍ଡାଙ୍କ ଭଳି ଜମାଶୁଣା ଯାତ୍ରା କଳକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ଅନ୍ୟ କଳାକାର ଭାବେ ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଜୟା ସ୍ୱାମୀ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା ଓ ମିଷ୍ଟର ଏସୀୟା ରଶମୀ ରଂଜନ ମଧ୍ୟ ନଜର ଆସିବେ ।

ଦମଦାର ଷ୍ଟାରକାଷ୍ଟଙ୍କୁ ନେଇ ଫିଲ୍ମର ସଂଳାପ ରଚନା କରିଛନ୍ତି ଡ. ରଜନୀ ରଂଜନ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଫିଲ୍ମର ଗୀତଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋରିଓଗ୍ରାଫୀ କରିଛନ୍ତି ଲୁବୁନ-ଟୁବୁନ ଓ ଟୁନା ଚନ୍ଦନ ।

ଆର୍‌.ଆର୍ ଇଭେଣ୍ଟସ୍ ପ୍ରଯୋଜିତ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଫୁଲ୍ ସ୍ପିଡରେ ଆଗେଇ ଚାଲିଛି । ଖୁବଶୀଘ୍ର ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଆଶା କରାଯାଉଛି ଆକ୍ସନ, ରୋମାନ୍ସ, କମେଡି ଓ ଟ୍ରାଜେଡିରେ ଭରପୁର ଏହି ଫିଲ୍ମକୁ ଦର୍ଶକଙ୍କ ତରଫରୁ ସକରାତ୍ମକ ପ୍ରତିକ୍ରିୟା ମିଳିବ ।

Leave A Reply

Your email address will not be published.