Latest Odisha News

BREAKING NEWS

କାଲିଠୁ ୧ମରୁ ୮ମ ଶ୍ରେଣୀ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ଆଡମିଶନ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି।

ଏହି ସମୟରେ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

“ପ୍ରାଥମିକ/ମାଧ୍ୟମିକ ଶ୍ରେଣୀ ପାଇଁ ନୂଆ ଆଡମିଶନ ୨୦୨୧ ମସିହା ମେ ୩୧ ସୁଦ୍ଧା ଶେଷ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ କାର‌୍ୟ୍ୟ ଦିବସରେ ସକାଳ ୭ଟାରୁ ସକାଳ ୯ଟା ୩୦ ଯାଏଁ ଆଡମିଶନ ପ୍ରକ୍ରିୟା କରାଯିବ।

ତେବେ ଭିଡ଼କୁ ଏଡାଇବା ପାଇଁ ବିଦ୍ୟାଳୟଗୁଡ଼ିକୁ ଏକ ସମୟରେ ସର୍ବାଧିକ ପାଞ୍ଚ ଜଣ ଅଭିଭାବକଙ୍କୁ ପ୍ରବେଶ ଅନୁମତି ଦେବାକୁ କୁହାଯାଇଛି।

Leave A Reply

Your email address will not be published.