Latest Odisha News

BREAKING NEWS

କଣ ରହିଛି ଚନ୍ଦ୍ରବଦନୀ ସିଦ୍ଧ ପୀଠର ରହସ୍ୟମୟୀ କାହାଣୀ…

ନୂଆଦିଲ୍ଲୀ : ଭାରତ ହେଉଛି ଏକ ଧର୍ମ, ସଂସ୍କୃତି ଓ ପରମ୍ପରାର ଦେଶ  । ଏଠାରେ ବିଭିନ୍ନ ଧର୍ମାବଲମ୍ବୀର ଲୋକ ବସବାସ କରନ୍ତି । ଏଠାରେ ପାଳିତ ହୁଏ ୧୨ ମାସରେ ୧୩ ପର୍ବ  । ଏଠାରେ ଅନେକ ଦେବାଦେବୀଙ୍କର ମନ୍ଦିର ରହିଛି  । ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟ ।  ଆସନ୍ତୁ ଜାଣିବା ଏମିତି କିଛି ମନ୍ଦିର ସମ୍ପର୍କରେ । ଉତ୍ତରାଖଣ୍ଡର ଦେବପ୍ରୟାଗରେ ରହିଛି ଚନ୍ଦ୍ରବଦନୀ ମନ୍ଦିର । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା ।

BjdElectrycity

ମାଙ୍କୁ ଦର୍ଶନ କରିବା ଲାଗି ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ବିଶ୍ବାସ ରହିଛି ମାଆଙ୍କ ନିକଟରୁ କେହି କେବେ ଖାଲି ହାତରେ ଫେରେନାହିଁ । ଏହି ପୀଠକୁ ସିଦ୍ଧପୀଠ ବୋଲି ମଧ୍ୟ କୁହାଯାଏ । ପୁରାଣରେ ଉଲ୍ଲେଖ ରହିଛି ଯେ ଯେତେବେଳେ ଦକ୍ଷ ରାଜାଙ୍କ ଝିଅ ସତୀ ଅଗ୍ନିକୁଣ୍ଡକୁ ଡେଇଁ ପ୍ରାଣତ୍ୟାଗ କରିଥିଲେ ।   ସତୀଙ୍କ ଅଙ୍ଗ ଯେଉଁଠି ସବୁ ପଡିଥିଲା, ସେହି ସ୍ଥାନରେ ଶକ୍ତିପୀଠ ସ୍ଥାପନା କରାଗଲା।

କୁହାଯାଏ ଏହି ଚନ୍ଦ୍ରକୁଟ ପର୍ବତରେ ସତୀଙ୍କର ମୁହଁ ପଡିଥିଲା  । ତେଣୁ ଏହି ସ୍ଥାନର ଏହାର ନାମ ଚନ୍ଦ୍ରବଦନୀ ରହିଥିଲା। ଏହି ମନ୍ଦିରର ବିଶେଷତ୍ବ ହେଉଛି ଦେବୀଙ୍କ ମୂର୍ତ୍ତିକୁ କେହି ଦର୍ଶନ କରିପାରିବେ ନାହିଁ। ପୂଜାରୀମାନେ ଆଖିରେ ପଟି ବାନ୍ଧି ମା’ ଚନ୍ଦ୍ରବଦନୀଙ୍କ ସ୍ନାନ କରନ୍ତି। ଥରେ ଜଣେ ପୂଜାରୀ ଭୁଲବଶତଃ ଏକୁଟିଆ ଥିବା ବେଳେ ମା’ଙ୍କ ମୂର୍ତ୍ତି ଦେଖିବା ପାଇଁ ଚେଷ୍ଟା କରିଥିଲେ, ତା ପରଠାରୁ ସେ ଅନ୍ଧ ହୋଇ ଯାଇଥିଲେ।

Leave A Reply

Your email address will not be published.