Latest Odisha News

BREAKING NEWS

ଭୁବନେଶ୍ବରରୁ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ମୋଟ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେଥି ମଧ୍ୟରୁ ଭୁବନେଶ୍ବରରୁ କେବଳ ୭୧ ଜଣ ସଂକ୍ରମିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ବେଳେ, ୫୬ ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ଦେଇଛି ବିଏମସି ।

ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ଟିଭ କେଶ ୪୦୨ ରହିଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏବେଠାରୁ ସତର୍କ ନରହିଲେ ପୂର୍ବ ଅବସ୍ଥା ଫେରିବାକୁ ବେଶି ସମୟ ଲାଗିବ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ସେପଟେ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ ଜାରି ରହିଛି । ପଟିଆ ଓ ଡମଣା ଅଞ୍ଚଳର ବିଭିନ୍ନ ସପିଂ ମଲରେ ଚଢାଉ କରାଯାଇଛି ।

Leave A Reply

Your email address will not be published.