Latest Odisha News

BREAKING NEWS

ଆରପାରିରେ ସବୁଠାରୁ ବୟସ୍କ ଏସିୟାଟିକ୍ ସିଂହ ଧୀର

ଗୀର: ଗୁଜରାଟର ଗୀର ଜଙ୍ଗଲରେ ଶନିବାରୁ ସବୁଠାରୁ ବୟସ୍କ ସିଂହ ଧୀରର ମୃତ୍ୟୁ ଘଟିଛି । ୨୨ ବର୍ଷ ବଂଚି ଧୀର ରେକର୍ଡ କରିଥିଲା । ଏବେ କିଛି ଦିନ ଧରି ଅସୁସ୍ଥ ଥିବା ଧୀର ଆଜି ଆଉ ଆଖି ଖୋଲି ନ ଥିଲା । ଏହି ବୃଦ୍ଧ ସିଂହ ଖାଇବା ପିଇବା ମଧ୍ୟ କମାଇ ଦେଇଥିଲା । ସକ୍କରବାଜ ଚିଡିଆଖାନାର ଅଧିକାଂଶ କର୍ମଚାରୀ ଏ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

ସାଧାରଣତଃ ଏସିଆଟିକ୍ ସିଂ ୧୫ରୁ ୧୭ ବର୍ଷ ବଂଚିଥାନ୍ତି । ଉପଯୁକ୍ତ ରକ୍ଷଣା ବେକ୍ଷଣା ଯୋଗୁ ଏବେ କେତେକ ସିଂ ୨୦ ବର୍ଷ ପର୍ଯ୍ୟନ୍ତ ବଂଚିଥିବା ପ୍ରମାଣ ରହିଛି । ୨୦୦୪ରେ ଧୀରକୁ ଘଂଚ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରା ଯାଇଥିଲା । ସେବେଠାରୁ ସକ୍କରବାଜ ଚିଡିଆଖାନା ତାର ଘର ହୋଇ ଯାଇଥିଲା ବୋଲି ଆରଏଫଓ ନୀରବ ମକାୱାଣା କହିଥିଲେ ।

Leave A Reply

Your email address will not be published.