Latest Odisha News

୭୧ ବର୍ଷ ବୟସରେ ବିବାହ କରିବାକୁ ଜିଦ୍‌, ମୁଣ୍ଡରେ ପଗଡ଼ି ପିନ୍ଧି ଝିଅ ଖୋଜୁଛନ୍ତି

ହରିୟାଣା: ସାଧାରଣତଃ ସମସ୍ତେ ନିଜ ଲାଇଫରେ ଗୋଟେ ଜୀବନସାଥୀର ଆବଶ୍ୟକ କରନ୍ତି । ସେଥିଲାଗି କିଛି ଲୋକ ଅଛନ୍ତି, ଯେଉଁମାନେ ବୃଦ୍ଧ ଅବସ୍ଥାରେ ବି ଜୀବନସାଥୀ ଆପଣାଇଥାନ୍ତି । ଏବେ ହରିୟାଣାର ଜଣେ ୭୧ ବର୍ଷୀୟ ବୃଦ୍ଧ ବିବାହ କରିବାକୁ ଜିଦ୍ ଧରିଛନ୍ତି । କେବଳ ସେତିକି ନୁହେଁ, ମୁଣ୍ଡରେ ପଗଡ଼ି ବାନ୍ଧି ଏ ଅଫିସରୁ ସେ ଅଫିସ ଦୌଡ଼ୁଛନ୍ତି । ଏ ବୟସରେ ସେ କ’ଣ ପାଇଁ ଏପରି ଜିଦ୍ ଧରିଛନ୍ତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ କାହାଣୀ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ହରିୟାଣାର ରେୱାରୀରେ ରୁହନ୍ତି ୭୧ ବର୍ଷୀୟ ବୃଦ୍ଧ ସତ୍ୟବୀର ସିଂ । ସତ୍ୟବୀର ସିଂଙ୍କ କାହାଣୀ ଅଦ୍ଭୁତ ଅଟେ । ତାଙ୍କ ପତ୍ନୀଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି । ତାଙ୍କ ପିଲାମାନେ ଗାଁ ବାହାରେ ନିଜ ପରିବାର ସହ ରହୁଛନ୍ତିି । ଏଭଳି ପରିସ୍ଥିତିରେ ସତ୍ୟବୀର ଘରେ ଏକୁଟିଆ ରୁହନ୍ତି । ଅଭାବ ଅନାଟନରେ ଦିନ କାଟୁଛନ୍ତି । ସେ ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି କି କୌଣସି ସରକାରୀ ଯୋଜନାର ସୁଫଳ ମଧ୍ୟ ପାଉନାହାନ୍ତି । କାରଣ ତାଙ୍କର ପରିବାର ପରିଚୟ ପତ୍ର ନ ଥିବାରୁ ସବୁ ସୁବିଧାସୁଯୋଗରୁ ବଞ୍ଚିତ ହେଉଛନ୍ତି । ରାସନ କାର୍ଡ ତାଙ୍କ ପତ୍ନୀଙ୍କ ନାଁରେ ଥିବାରୁ ତାହା ମଧ୍ୟ କଟିଗଲା । ପରିବାର ପରିଚୟ ପତ୍ର ନ ଥିବାରୁ ଏହା କଟିଯାଇଛି ବୋଲି କହିଛନ୍ତି । ଏହି ପରିଚୟ ପତ୍ର ପାଇଁ ବିଭିନ୍ନ ଅଫିସ ଦୌଡ଼ୁଥିଲେ ମଧ୍ୟ ସୁଫଳ ମିଳୁନାହିଁ । ପରିବାରରେ କେବଳ ଜଣେ ବ୍ୟକ୍ତି ଥିଲେ ନିୟମ ଅନୁସାରେ ତାଙ୍କୁ ପରିବାର ପରିଚୟ ପତ୍ର ମିଳିବ ନାହିଁ ସରକାରୀ ବାବୁମାନେ ରୋକଠୋକ ମନା କରିଦେଇଛନ୍ତି ।

ଆଉ କୌଣସି ଉପାୟ ନ ପାଇ ସତ୍ୟବୀର ଶେଷରେ ସେରୁଆନି ପିନ୍ଧିବା ସହ ମୁଣ୍ଡରେ ପଗଡ଼ି ବାନ୍ଧି ଡେପୁଟି କମିଶନର ମହମ୍ମଦ ଇମ୍ରାନଙ୍କୁ ଭେଟିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପରିବାର ପରିଚୟ ପତ୍ର ପାଇବା ପାଇଁ ତାଙ୍କୁ ଏହି ବୟସରେ ବିବାହ କରିବାକୁ ପଡିବ । ତେଣୁ ମୁଁ ଏବେ ବିବାହ କରିବି । ମୋର ଗୋଟେ ଝିଅ ଦରକାର । କମିଶନର ତାଙ୍କ କଥା ଶୁଣିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ।

Comments are closed.