ଭୁବନେଶ୍ୱର: ରାଜସ୍ୱ ଗ୍ରାମ ତମାଣ୍ଡୋ ଓ ସୁବୁଦ୍ଧିପୁର ସୀମା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପରିବାରର ୫ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜ ନିଜର ପରିଚୟ ଜଣାଇବା ପାଇଁ ସରପଞ୍ଚଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଜଣକ ଗଞ୍ଜାମର ବାସିନ୍ଦା ହୋଇଥିବା ବେଳେ ତମାଣ୍ଡୋ ଅଞ୍ଚଳରେ ଏକ ଦୋକାନ ଦେଇଥିଲେ । ସେମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ପରିଚୟ ଜଣାଇବା ସହ ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ସ୍ଥାନୀୟ ସରପଞ୍ଚ ନିବେଦନ କରିଛନ୍ତି ।
ଆହୁରି ମଧ୍ୟ ସ୍ଥାନୀୟ ଦିତିକୃଷ୍ଣ ପ୍ରଧାନଙ୍କ ଘର ସମ୍ମୁଖ ରାସ୍ତାରୁ ଆରମ୍ଭ କରି ପ୍ରଦୀପ୍ତ କୁମାର ବେହେରା ଏବଂ ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ଘର ରାସ୍ତା ସିଲ୍ କରାଯାଇଛି । ଏଥିସହିତ ଜାତୀୟ ରାଜପଥ ରାଜସ୍ୱ ବିଜିପୁର, ତମାଣ୍ଡୋ ଓ ସହଜପୁର ୱାର୍ଡ ନଂ ୬,୭,୮,୯,୧୦,୧୧କୁ ଆଜି ରାତି ୯ଟାରୁ ଆସନ୍ତା ୭ ତାରିଖ ରାତି ୯ଟା ଯାଏଁ ଆଶିଂକୁ ସଟଡାଉନ୍ ଘୋଷଣା କରାଯାଇଥିବା ସୂଚନା ମିଳିଛି ।
ଏହି ଅବଧି ମଧ୍ୟରେ କେବଳ କ୍ଲିନିକ୍, ଆମ୍ବୁଲାନ୍ସ, ଚାଷ କାର୍ଯ୍ୟ ଭଳି ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସରପଞ୍ଚଙ୍କ ପକ୍ଷରୁ ସୂଚନା ମିଳିଛି ।
Comments are closed.