Latest Odisha News

BREAKING NEWS

ପାଉଣା ନଦେଲେ ରଥଖୋଲା ବନ୍ଦ ଚେତାବନୀ

ପୁରୀ: ୨ ଦିନ ଭିତରେ ପାଉଣା ଦିଅ ନହେଲେ ରଥଖୋଲା ବନ୍ଦ ହେବ । ଦେବୀ ସୁଭଦ୍ରାଙ୍କ ରଥର ଚାରୋଟି ଦୁଆରବେଢ଼ା କଢ଼ାଯିବା ପରେ ପ୍ରାପ୍ୟକୁ ନେଇ ଏଭଳି ଜିଦ୍‌ରେ ବସିଛନ୍ତି ମୁଖ୍ୟ ମହାରଣାମାନେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି ମହାରଣା ସେବାୟତ ।

କେବଳ ସେତିକି ନୁହେଁ ରଥର ଚିରଟ ଓ ଦୁଆରବେଢ଼ା କ୍ଷତିପୂରଣ ଦେବାକୁ ମଧ୍ୟ କହିଛନ୍ତି । ରଥ ଚିରଟ ପାଇଁ କାଠ ପିଛା ୨ ହଜାର ଓ ଦୁଆରବେଢ଼ା ପାଇଁ ୬ ଲକ୍ଷ ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି ।

ଅକ୍ଷୟ ତୃତୀୟାଠାରୁ ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ ବନ୍ଦ ରହିଲା । ସେ ସମୟରେ ମଜୁରୀ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ଏଯାଏଁ ତାହା ମିଳିନି । ଏସବୁ ପ୍ରାପ୍ୟ ପାଉଣା ଦାବି ନେଇ ମୁଖ୍ୟ ମହାରଣାମାନେ ବଡଦାଣ୍ଡକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.