ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ ହେବାରେ ଲାଗିଛି କରୋନା ସ୍ଥିତି। ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ଏତିକି ନୁହେଁ ୧୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି ।
India reports 72,330 new #COVID19 cases, 40,382 discharges, and 459 deaths in the last 24 hours, as per the Union Health Ministry
Total cases: 1,22,21,665
Total recoveries: 1,14,74,683
Active cases: 5,84,055
Death toll: 1,62,927Total vaccination: 6,51,17,896 pic.twitter.com/zoMlMyXlKj
— ANI (@ANI) April 1, 2021
ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୭୨,୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୨,୨୧,୬୬୫ ଛୁଇଁଛି । ଏହାସହ ଯାଇଛି ୪୫୯ ଜଣଙ୍କ ପ୍ରାଣ । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧,୬୨,୯୨୭ରେ ପହଞ୍ଚିଛି।
ଅନ୍ୟପଟେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ପାଖାପାଖି ୧,୧୪,୭୪,୬୮୩ ଲୋକ ଆରୋଗ୍ୟ ଲାଭ କଲେଣି । ଏହାସହ ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ରହିଛି ୫,୮୪,୦୫୫।
Comments are closed.