Latest Odisha News

ପ୍ରସିଦ୍ଧ ଗାୟକ ବାପି ଲାହିରିଙ୍କୁ କରୋନା

ନୂଆଦିଲ୍ଲୀ: ଭେଟେରାନ୍ ଗାୟକ ତଥା ସଂଗୀତ ରଚୟିତା ବାପି ଲାହିରି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ତାଙ୍କ ଝିଅ ରିମା ଲାହିରି ବୁଧବାର ରାତିରେ ଏହି ସୂଚନା ଦେବା ସହ ତାଙ୍କୁ ଦକ୍ଷିଣ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି କହିଛନ୍ତି।

ଏକ ବିବୃତ୍ତିରେ ରିମା ଲେଖିଛନ୍ତି, “ବାପି ଦା ବହୁତ ସତର୍କତା ଅବଲମ୍ବନ କରିଛନ୍ତି। ତାଙ୍କର ସାମାନ୍ୟ କୋଭିଡ ଲକ୍ଷଣ ରହିଛି। ତାଙ୍କ ବୟସ ହେତୁ ସତର୍କତାମୂଳକ ପଦକ୍ଷେପ ଭାବରେ ତାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଶୀଘ୍ର ଆରୋଗ୍ୟ ଲାଭ କରିବେ। ”

ଏହି ବିବୃତ୍ତିରେ ଆହୁରି ଲେଖା ଅଛି, “ସେ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ଭାରତ ତଥା ବିଦେଶର ସମସ୍ତଙ୍କର ଆଶୀର୍ବାଦ ଚାହାଁନ୍ତି। ବାପି ଦାଙ୍କ ତରଫରୁ ଆମେ ତାଙ୍କର ସମସ୍ତ ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କୁ ସୁସ୍ଥ ରହିବାକୁ, ଆଶୀର୍ବାଦରେ ରହିବାକୁ ବାର୍ତ୍ତା ପଠାଉଛୁ। “

Comments are closed.