Latest Odisha News

୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ଆରମ୍ଭ, ୭୯୭ ଖେଳାଳି ସାମିଲ

କଟକ: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ୨୦୨୫ ଆରମ୍ଭ ହୋଇଛି। ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ (ଗୁଇନ୍ଦା) ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ଫଳରେ ପୋଲିସ ଅଧିକାରୀ ତଥା କର୍ମୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଗୁଇନ୍ଦା ନିର୍ଦ୍ଦେଶକ କୋଚେ କହିଛନ୍ତି।

ଏହି ଚାମ୍ପିୟନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୪୧ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୭୯୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ୬୬୫ ଜଣ ପୁରୁଷ ଓ ୧୩୨ ଜଣ ମହିଳା ରହିଛନ୍ତି। ତେବେ ଏହି ପ୍ରତିଯୋଗିତା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଡିଆଇଜି( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା ଏବଂ କଟକ ଡିସିପି ଜଗମୋହନ ମୀନା, ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଆଇଜି( କାର୍ମିକ) ଏସ. ପ୍ରବୀଣ କୁମାର, ଏଆଇଜି (ମୁଖ୍ୟାଳୟ) ସୁରେଶ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

 

Comments are closed.