Latest Odisha News

BREAKING NEWS

ଭୁଷୁଡିଲା ଟନେଲ, ଫସିଗଲେ ଶ୍ରମିକ

ହାଇଦ୍ରାବାଦ: ତେଲେଙ୍ଗାନାରେ ବଡ଼ ଅଘଟଣ । ଧସିଲା ନିର୍ମାଣଧିନ ଟନେଲରେ ପଥର । ଟନେଲ ଭିତରେ ଫସିଗଲେ ଶ୍ରମିକ । ତେଲେଙ୍ଗାନା ନାଗରକୁର୍ନୁଲ ଜିଲ୍ଲାରେ ଶ୍ରୀଶେଲମ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ ନିର୍ମାଣ କାମ ଚାଲିଥିବାବେଳେ ଘଟିଛି ଏହି ଅଘଟଣ । ସୁଡଙ୍ଗ ଛାତର କିଛି ଭାଗ ଭୁଶୁଡି ପଡିଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣାରେ କିଛି ଶ୍ରମିକ ଆହତ ହୋଇଥିବାବେଳେ, ଟନେଲ ଭିତରେ ଫସି ରହିଛନ୍ତି ୭/୮ ଶ୍ରମିକ । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ଅନୁସାରେ, ତେଲେଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାରେ ଘଟିଛି ଏହି ବଡ ଅଘଟଣ । ଶ୍ରୀଶେଲମ୍ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ କାମ ଚାଲିଥିବା ବେଳେ ସୁଡଙ୍ଗର ଛାତର ଏକ ଅଂଶ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଫଳରେ ପଥର ଧସି ଯାଇଥିଲା । ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଥିବା ବେଳେ ପ୍ରାୟ ୭/୮ରୁ ଶ୍ରମିକ ଟନେଲ ଭିତରେ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ତେବେ ସୁଡ଼ଙ୍ଗ କାମ ମାତ୍ର ଚାରି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ସୁଡ଼ଙ୍ଗ ଭିତରେ ଫସି ରହିଥିବା ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ପାଖାପାଖି ୫୦ ଶ୍ରମିକ ଉପସ୍ଥିତ ଥିଲେ। ଏଥିମଧ୍ୟରୁ ୪୩ ଜଣ ଶ୍ରମିକ ସୁରକ୍ଷିତ ଭାବରେ ବାହାରକୁ ଆସିଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.