Latest Odisha News

BREAKING NEWS

କନ୍ଧମାଳରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ,

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  କୋଭିଡ଼  କଟକଣା ମଧ୍ୟରେ ପାଳନ ହୋଇଛି ୭୩ ତମ ସାଧାରଣ ତନ୍ତ୍ର ଦିବସ ।  ଏହି  କାର୍ଯ୍ୟକ୍ରମ  ଫୁଲବାଣୀ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି l

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦକ୍ଷତା ବିକାଶ  ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ   l ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସ୍ୱୀଧୀନତା ସଂଗ୍ରାମୀ  ଓ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କରୋନାରେ ବୀର ଭଳି କାମ କରିଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ l

କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲ l  ଫୁଲବାଣୀ ସହରରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ନିଯୁକ୍ତ ହୋଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ ସହ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି ଓ ଆରକ୍ଷୀ ଅଧିକ୍ଷକ ବିନୀତ ଅଗରୱାଲ ମଧ୍ୟ ଯୋଗଦେଇ ଥିଲେ l

Comments are closed, but trackbacks and pingbacks are open.