Latest Odisha News

BREAKING NEWS

ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ମେଜର ବିଭୂତିଙ୍କ ପତ୍ନୀ ଯୋଗ ଦେବେ ଇଣ୍ଡିଆନ ଆର୍ମିରେ

ନୂଆଦିଲ୍ଲୀ: କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ମେଜର ବିଭୂତି ଢ଼ୋଣ୍ଡିୟାଲ । ସେହି ସମୟ ୯ ମାସ ତଳେ ବିବାହ କରିଥିବା ନିକିତା ବିଧବା ହୋଇଯାଇଥିଲେ । ଏବେ ନିକିତା ଇଣ୍ଡିଆନ ଆର୍ମିରେ ୨୯ ମେରେ ବିଧିବଦ୍ଧ ଭାବେ ଯୋଗ ଦେବାକୁ ଯାଉଛନ୍ତି । ଓମ୍ୟାନ ଏଂଟ୍ରି ସ୍କିମ ପରୀକ୍ଷାରେ ପାସ କରିବା ପରେ ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ । ନିକିତା କଶ୍ମୀରର ବିସ୍ଥାପିତ ପରିବାର ସହ ଜଡିତ ।

ପତିଙ୍କ ମୃତ୍ୟୁ ପରେ ସେ ଜଣେ ସାହାସୀ ଏବଂ ଦେଶପ୍ରେମୀ ନାରୀ ଭାବେ ପରିଚୟ ଦେଇ ଇଣ୍ଡିଆନ ଆର୍ମିରେ ଯୋଗ ଦେବା ପାଇଁ ଦୃଢ଼ ନିଷ୍ପତି ନେଇଥିଲେ । ନିକିତାଙ୍କ ପଦକ୍ଷେପଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଲେଫେଟନାଂଟ କର୍ଣ୍ଣଲ ବିକାଶ ନୌଟିୟାଲ କହିଛନ୍ତି ।

Leave A Reply

Your email address will not be published.