Latest Odisha News

ବିଦେଶ ଯିବେନି ଡାକ୍ତରୀ ଛାତ୍ରଛାତ୍ରୀ: ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ସିଟ୍‌

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ଅବସରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ ଭେଟି ଦେଇଛନ୍ତି ମୋଦି । ଆସନ୍ତା ୫ ବର୍ଷ ଭିତରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବା ନେଇ ନିଜ ଅଭିଭାଷଣରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।  ଏନେଇ ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୧ ଲକ୍ଷ ମେଡିକାଲ ସିଟ୍ ସୃଷ୍ଟି କରାଯାଇଛି । ପ୍ରତିବର୍ଷ ପ୍ରାୟ ୨୫ ହଜାର ଭାରତର ଛାତ୍ରଛାତ୍ରୀ ବିଦେଶକୁ ଡାକ୍ତରୀ ପାଠ ପଢିବାକୁ ଯାଉଛନ୍ତି । ଯେଉଁଠି ତାଙ୍କୁ ଶିକ୍ଷାର ଭଲ ମାନଦଣ୍ଡ ମିଳୁନାହିଁ । ତେଣୁ ଏଭଳି ସ୍ଥିତିକୁ ଦୂର କରିବା ପାଇଁ ସରକାର ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବ  ।

ଏଥିପାଇଁ ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଛି । ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା ବୋଲି କହିଛନ୍ତି ମୋଦି ।

Comments are closed.