Latest Odisha News

BREAKING NEWS

ଉଗ୍ର ହେଉଛି କରୋନା: ବିଶ୍ୱରେ ସାଢ଼େ ୭ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାରେ କବଳିତ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୭ ଲକ୍ଷ ୫୪ ହଜାର ୯୪୭ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬,୫୭୧ ଛୁଇଁଛି।

ଗତ ଡିସେମ୍ବରରେ ଚୀନରୁ ଜନ୍ମ ନେଇଥିବା ଏହି ଭୂତାଣୁ ବର୍ତ୍ତମାନ ୨୦୦ ରୁ ଉର୍ଦ୍ଧ୍ବ ଦେଶକୁ ବ୍ୟାପି ସାରିଛି। ମୋଟ କରୋନା ମାମଲା ମଧ୍ୟରୁ ଅଧାରୁ ଅଧିକ ମାମଲା ସହ ୟୁରୋପ ବିଶ୍ଵର ସର୍ବାଧିକ ସଂକ୍ରମିତ ଦେଶ ଭାବେ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଆଫ୍ରିକାରେ ସର୍ବନିମ୍ନ ୫% ମାମଲା ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି।
ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦ ଟପିଲାଣି ।

ଏହାର ଭୟବହତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୧ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ମହମାରୀ ରୂପେ ଘୋଷଣା କରିଥିଲେ।

Leave A Reply

Your email address will not be published.