Latest Odisha News

BREAKING NEWS

କରୋନା ଭୂତାଣୁ ସଂକ୍ରମଣର ନୂଆ ଲକ୍ଷଣ

ବ୍ରିଟେନ: ଥଣ୍ଡା, କାଶ, ଛିଙ୍କ ଲାଗି ରହିଲେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ସନ୍ଦେହ କରିବାକୁ ପୂର୍ବରୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ବ୍ରିଟେନର ଡାକ୍ତର କୋଭିଡ୧୯ ଭୂତାଣୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରେ ଆଉ ଦୁଇଟି ଲକ୍ଷଣ ଚିହ୍ନଟ କରିଛନ୍ତି ।

କୌଣସି ବ୍ୟକ୍ତି କରୋନା ସଂକ୍ରମିତଙ୍କ ନିକଟତର ହେଲେ ଭୂତାଣୁ ସଙ୍ଗେସଙ୍ଗେ ତାଙ୍କ ଶରୀରରେ ପ୍ରବେଶ କରେନି । ବେଳେ ବେଳେ ତାହା ନାକ କିମ୍ବା ଗଳାରେ ସକ୍ରିୟ ଥାଏ । ଏପରି କ୍ଷେତ୍ରରେ ହଠାତ୍ ଖାଦ୍ୟର କୌଣସି ସ୍ୱାଦ ବାରିହେବନି କି କୌଣସି ଜିନିଷର ବାସ୍ନା ନାକ ବିରି ପାରିବନି । ଏସବୁ ଲକ୍ଷଣ ଦେଖାଦେଲେ ଆପଣ କରୋନା ବୋଲି ସନ୍ଦେହ କରିବେ ।
ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହି ଦୁଇଟି ଲକ୍ଷଣକୁ ନେଇ ଅନେକ କରୋନା ସଂକ୍ରମିତ ସନ୍ଦିଗ୍ଧ ଅଭିଯୋଗ ଆଣିଥିଲେ । ପରେ ପରୀକ୍ଷାରୁ ପଜିଟିଭ ଚିହ୍ନଟ ହୋଇଥିଲେ । ତେଣୁ ଏ ଦୁଇ ଲକ୍ଷଣ ଦେଖାଦେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Leave A Reply

Your email address will not be published.